ବହୁ ଚର୍ଚ୍ଚିତ ବିଜୟଲକ୍ଷ୍ମୀ ହତ୍ୟାକାଣ୍ଡର ପର୍ଦାଫାସ

0
855

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ବୁରୁଝରୀ ଠାରେ ଗତ ଏପ୍ରିଲ ମାସରେ ଘଟିଥିବା ଏକ ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡର ହତ୍ୟାକାରୀ ଶେଷରେ ଦୀର୍ଘ ନଅ ମାସ ପରେ ଗିରଫ ହୋଇଛି l କୋଦଳାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମିଳନୀରେ ପୁରୁଷୋତ୍ତମପୁର ଏସଡିପିଓ ସୀମା ସ୍ୱାଇଁ ଏହାର ସୂଚନା ଦେଇଛନ୍ତି l ସୂଚନା ଅନୁଯାୟୀ ଗତ ଏପ୍ରିଲ ମାସରେ ବୁରୁଝରୀ ଗ୍ରାମର ବିଶ୍ୱନାଥ ନାୟକଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀଙ୍କୁ ତାଙ୍କ ଘରେ କେହି ଦୁର୍ବୁତ୍ତ ହତ୍ୟାକରି ଫେରାର ହୋଇଯାଇଥିଲା l ପୋଲିସ ଓ ସାଇଣ୍ଟିଫିକ ଦଳ ପହଂଚି ତଦନ୍ତ ଆରମ୍ଭ କରିଥିଲେ l ତାଙ୍କ ମୁଣ୍ଡ ଏବଂ ଦେହରେ ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ କାରଣରୁ ତାଙ୍କ ମୃତ୍ୟୁ ଘଟିଥିଲା l ଏହାକୁ ନେଇ କୋଦଳା ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା l କୋଦଳା ଓ ବେଗୁନିଆପଡା ପୁଲିସ ବିଭିନ୍ନ ପରିପାର୍ଶ୍ଵିକ ସ୍ଥିତିରୁ ତଦନ୍ତକରି ସେହି ଗ୍ରାମର ପୂର୍ଣଚନ୍ଦ୍ର ସାହୁଙ୍କ ପୁଅ ବିନାୟକ ସାହୁଙ୍କୁ ଗିରଫ କରି ପଚରାଉଚରା କଲାପରେ ସେ ଦୋଷ ସ୍ୱୀକାର କରିଥିଲା l ତା’ଠାରୁ କାଠ ଫାଳିଆ ଓ ରକ୍ତଭିଜା ରୁମାଲ ଜବତ ହୋଇଛି l ତାକୁ ଆବଶ୍ୟକୀୟ ଡାକ୍ତରୀ ମାଇନା ପରେ ଖଲ୍ଲିକୋଟ ଜେଏମଏଫସି କୋର୍ଟରେ ହାଜର କରାଯିବ ବୋଲି ଏସଡିପିଓ ସ୍ୱାଇଁ ସାମ୍ବାଦିକ ସମିଳନୀରେ ପ୍ରକାଶ କରିଛନ୍ତି l ସମିଳନୀରେ କୋଦଳା ଆଇଆଇସି ଦେବାଶିଷ ମହାନ୍ତି ଓ ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here