ଗୋ ମାଂସକୁ ଛେଳି ମାଂସ କହି ବିକ୍ରି କରୁଥିବା ବେଳେ ତିନି ଜଣ ଅଟକ

0
543

ଭଞ୍ଜନଗର: ଗୋ ହତ୍ୟା କରି ମାଂସ ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ଜଗନ୍ନାଥପ୍ରସାଦ ପୋଲିସ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ହତ୍ୟାକାରୀ ମାନେ ହେଲେ ଜଗନ୍ନାଥପ୍ରାସାଦ ବଜାର ନିକଟ ଦଳିତ ସାହିର ବାବୁଲା ନାଇକ, ହରି ନାଇକ ଓ ମୁନା ନାଇକ l ସୂଚନା ଯେ ଗତକାଲି ରାତି ରେ ଗ୍ରାମର ବଜଣେ ଚାଷୀ ଙ୍କ ଗୁହାଳ ରୁ ଗୋଟିଏ ଦେଢ଼ ବର୍ଷ ର ପାଳିତ ଅଣ୍ଡିରା ବାଛୁରୀ ଚୋରି ହୋଇଯାଥିଲା ଅନେକ ଖୋଜା ଖୋଜି ପରେ ମଧ୍ୟ ବଛୁରୀ ମିଳିନଥିଲା ଏ ମାନଙ୍କ ଉପରେ ସନ୍ଦେହ ହୋଇଥିଲା। ଏମାନେ ଗୋଟିଏ ଅଖାରେ ମାଂସ ରଖି ବିକ୍ରି ପାଇଁ ବୁଝାବୁଝି କରୁଥିବା ବେଳେ କିଛି ଲୋକ ପୁଲିସ ରେ ଖବର ଦେଇଥିଲେ । ପୁଲିସ ଚଢ଼ାଉ କରି ୩ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି I ସେମାନଙ୍କ ଠାରୁ ମାଂସ, ଚମଡା , ଓ ବ୍ୟବହୃତ ଛୁରୀ ଉଦ୍ଧାର ହୋଇଛି । ଯାହାକୁ ନେଇ ସ୍ଥାନୀୟ ରେ ବିକ୍ରି ହେଉଥିବା ଛେଳି ମାଂସ କୁ ନେଇ ଏବେ ସନ୍ଦେହ ବୃଦ୍ଧି ପାଇଛି ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here