ଚତୁର୍ଥତମ କାରଗିଲ ଟ୍ରଫି ଭଲିବଲ ଟୋର୍ନାମେଣ୍ଟର ଦିବା ରାତ୍ର ମେଚ ପାଇଁ ପ୍ରସ୍ତୁତି ବୈଠକ

0
670

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ସ୍ଥିତ କାରଗିଲ ଖେଳ ପଡିଆ ପରିସରରେ ଆସନ୍ତା ମାର୍ଚ୍ଚ ୧୭ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ଜିଲ୍ଲା ସ୍ତରୀୟ ଭଲିବଲ ଦିବାରାତ୍ର ମେଚ ଅନୁଷ୍ଠିତ ହେବ.. ଏ ନେଇ ଆଜି କାରଗିଲ ସ୍ପୋର୍ଟିଂ ଖେଳ ପଡିଆ ଠାରେ ସଭାପତି ପ୍ରମୋଦ ପାତ୍ର ଏବଂ ମୁଖ୍ୟ ସଂଯୋଜକ ଚିନ୍ତା ମଣି ନାୟକ ଙ୍କ ସଭାପତିତ୍ୱ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି… ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ବିଜେଡି ଉପ ସଭାପତି ତଥା ଆଇନଜୀବୀ ସଂଜିତ ପାଣିଗ୍ରାହୀ., ସାଧାରଣ ସମ୍ପାଦକ ରବୀନ୍ଦ୍ର କୁମାର ମହାନ୍ତି, ଲିଗାଲ ଆଡ଼ଭାଇଜର ମନୋଜ କୁମାର ସିଂ, ଲିଙ୍ଗରାଜ ନାୟକ, ଦେବି ପ୍ରସାଦ ପଣ୍ଡା, ତାରିଣୀ ବେହେରା, ସାରଥୀ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ. ତେବେ ଆସନ୍ତା ମାର୍ଚ୍ଚ ୧୭ ରୁ ୨୭ ତାରିଖ ପର୍ଯ୍ୟନ୍ତ ଦିବାରାତ୍ର ମେଚ କରିବା ପାଇଁ ବୈଠକ ରେ ସ୍ଥିର କରାଯାଇଥିଲା.. ଏଥିରେ ଦେବରାଜ ନାହାକ, ରୁପେଶ ପହନ, ସୁଦାମ ଦାଶ, ବୁଡୁ ଗରୁଡ, ସଚିନ ଘଡେଇ, ପ୍ରତୀକ ମହାନ୍ତି, ସୁଭେନ୍ଦ୍ର ମହାରଣା, ମିଟୁ ହାତୀ, ନରସିଂହ ବିଷୋୟୀ, ଗଣେଶ ରେଡି, ସିକି ସାହୁ, ପିଣ୍ଟୁ ନାୟକ, ଡେଭିଡ ନାୟକ,, ଅଜିତ ନାୟକ, ସୁଜିତ ନାୟକ, ଲିଙ୍ଗରାଜ ଘଡେଇ, ସନ୍ଦୀପ ନାୟକ, ସନ୍ତୋଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here