ଘଟକେଶ୍ୱର ପ୍ରକଳ୍ପ ଶୁଭଦେଲେ,ବ୍ଲକ ଅଧକ୍ଷଙ୍କୁ ପ୍ରଶଂସା କଲେ ବାଚସ୍ପତି

0
687

କୁକୁଡ଼ାଖଣ୍ଡି(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) :ବହୁ ବର୍ଷ ର ପ୍ରତୀକ୍ଷା ପରେ ପୁଣି ଥରେ ଘଟକେସ୍ୱର ପ୍ରକଳ୍ପ ର ଶୁଭ ଦେଇଛନ୍ତି ଓଡିଶାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର.. ସଂମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, କୁକୁଡ଼ାଖଣ୍ଡି ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଉପାଧକ୍ଷା ଲଷ୍ମୀପ୍ରିୟା ସାହୁ, କଙ୍କିଆ ସରପଞ୍ଚ ପୁଷ୍ପାଞ୍ଜଳି ମଲ୍ଲିକ ଯୋଗଦେଇଥିଲେ. ୧୧୯ କୋଟି ଟକାଂର ପ୍ରକଳ୍ପ ପାଇଁ ବ୍ୟୟ ଅଟକଳ କରାଯାଇଛି।ଆଖପାଖ ଅଞର ପ୍ରାୟ ୫୦୦ ହେକଟର ଚାଷ ଜମି କୁ ଜଳସେଚନ ର ସୁବିଧା ହେବ. ସ୍ଥାନୀୟ ଅଞ୍ଚଳ ଆଦିବାସୀ ଅଞ୍ଚଳ ହୋଇଥିବା ରୁ ଏହି ପ୍ରକଳ୍ପ ସେମାନଙ୍କ ପାଇଁ ସୁବିଧା ହେବ.. ଚାଷ କରି ଆଦିବାସୀ ମାନେ ଆତ୍ମନିର୍ଭରଶିଳ ହୋଇପାରିବେ..କଂଗ୍ରେସ ଅମଳରେ ଏହି ପ୍ରକଳ୍ପ ପାଇଁ ନିଷ୍ପତି ନିଆଯାଇଥିଲେ ମଧ୍ୟ କେତେକ କାରଣ ଯୋଗୁଁ ତାହା ଅଟକି ଯାଇଥିଲା । ଏହା ପରେ ୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଆରମ୍ଭ ପାଇଁ ଭିତିଭୂମିର ଶୁଭ ଦେଇଥିଲେ । ଆଉ ଏବେ ପ୍ରକଳ୍ପ ପାଇଁ ୧୧୯ କୋଟି ଟଙ୍କା ମଞ୍ଜୁର ହେବା ପରେ ଏହି କାର୍ଯ୍ୟକୁ ଅଗେଇ ନେବା ପାଇଁ ବିଭାଗୀୟ ଯନ୍ତ୍ରୀ ସ୍ଥାନୀୟ ବାସିନ୍ଦାଙ୍କ ଉପସ୍ଥିତିରେ ଶୁଭ ଦେବା ସହ ଏହି ପ୍ରକଳ୍ପ ଜୁନ୍ ୨୦୨୧ ସୁଦ୍ଧା ସମାପ୍ତ ହେବ ଓ ଏହା ମାଧ୍ୟମରେ କୁକୁଡ଼ାଖଣ୍ଡି ବ୍ଲକ୍ ର ଅନେକ ଗ୍ରାମବାସିନ୍ଦା ଉଭୟ ପିଇବା ପାଣି ଓ ଜମି ପାଇଁ ପାଣି ପାଇପାରିବେ ବୋଲି ବାଚସ୍ପତି ଓ ସାଂସଦ କହିଛନ୍ତି ।ଆୟୋଜିତ ଏକ ସଭାରେ ବାଚସ୍ପତି କୁକୁଡ଼ାଖଣ୍ଡି ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର ଆଦିବାସୀ ଅଂଚଳର ସମିତିସଭ୍ୟ ହେବାପରେ ଏଠାରେ ବହୁ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଛି.. ଘଟକେସ୍ୱର ପ୍ରକଳ୍ପ ଆଦିବାସୀ ଲୋକଙ୍କ ଉଦେଶ୍ୟରେ ସମର୍ପିତ ବୋଲି କହିଥିଲେ..କାର୍ଯ୍ୟକ୍ରମ ରେ ଓସିସି ଜିଏମ ଇ. ଅଶୋକ କୁମାର ପାତ୍ର,ବିଡୀଓ ଗଦାଧର ପାତ୍ର, ସମବାୟବିତ ସୁଧୀର ରାଉତ,କୈଳାଶ ବିଶୋଇ, ଉଦୟ ବେହେରା, ଯତିନ୍ଦ୍ର ପାତ୍ର,ବିଷ୍ଣୁପ୍ରିୟା ପାତ୍ର,ରଘୁ ପାତ୍ର, ହିମାଂଶୁ ପାଢ଼ୀ, ରାଧାମୋହନ ସେଠି ଙ୍କ ସହ ବହୁ ନେତା ଓ ସ୍ଥାନିୟ ବାସିନ୍ଦା ଉପସ୍ଥିତ ଥିଲେ..

LEAVE A REPLY

Please enter your comment!
Please enter your name here