ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ବୈଠକ ଅନୁଷ୍ଠିତ

0
549

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଉତ୍କଳ ଆଶ୍ରମ ଆଲୋଚନା କକ୍ଷରେ ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ର ବୈଠକ ସଭାପତି ପ୍ରଫେସର ଡ.ରବିନାରାୟଣ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକାରୀ ସଭାପତି ରାଧା ଚରଣ ନାୟକ ସାଧାରଣ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ପ୍ରମୁଖ ମଞ୍ଚାସୀନ ହୋଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ।ପ୍ରାରମ୍ଭରେ ‘ବନ୍ଦେ ଉତ୍କଳ ଜନନୀ’ ସମୁହଗାନ କରାଯାଇଥିଲା।ଗତ ୨୦୧୯ ଫେବୃଆରୀ୧୪ରେ ଜାମ୍ମୁ କାଶ୍ମୀରର ପୁଲବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ରେ ସହୀଦ ହୋଇଥିବା ୪0ଜଣ ବୀର ସୈନିକଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।ଏଥିସହିତ ଓଡିଆ ସାହିତ୍ୟର ବରିଷ୍ଠ ବିପ୍ଳବୀ କବି ରବିସିଂହଙ୍କ ଦେହାନ୍ତ ରେ ଆତ୍ମାର ସଦ୍ଗତି କାମନାକରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।ଫେବୃଆରୀ ମାସରେ ଜନ୍ମଗ୍ରହଣ କରିଥିବା ଚିତ୍ତରଂଜନ ପଣ୍ଡା,ନରସିଂହ ପାଣିଗ୍ରାହୀ ଓ ଶ୍ରୀମତୀ ପ୍ରମିଳା ମହଲା ପ୍ରଭୁତି ଙ୍କୁ ଜନ୍ମଦିନ ର ଶୁଭେତ୍ସା ଅର୍ପଣ କରାଯାଇ ମହାମୃତ୍ୟୁଞ୍ଜୟ ମନ୍ତ୍ରପାଠ କରାଯାଇଥଲା। ଆଲୋଚନାପ୍ରସଙ୍ଗରେ ରନ୍ଧନ ଗ୍ୟାସର ଦରବୃଦ୍ଧି ଯୋଗୁଁକ୍ଷୋଭ ପ୍ରକାଶ କରାଯାଇ କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧିର ତୀବ୍ର ସମାଲୋଚନା କରାଯାଇଥିଲା। ଏବଂ ଦିନ କୁ ଦିନ ବୃଦ୍ଧ ପିତା ମାତା ଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଉଛି ଏବଂ ଗରୀବ ଅସହାୟ ନିଆଶ୍ରିତ ବୃଦ୍ଧ ବୃଦ୍ଧା ଙ୍କ ସମ୍ପର୍କରେ ରାଜ୍ୟ ସରକାର ବିଶେଷକରି ମାନ୍ୟବର ମୁଖ୍ୟମନ୍ତ୍ରୀ ଏଥିପ୍ରତି ବିଶେଷ ଦୃଷ୍ଟି ଦିଅନ୍ତୁ ବୋଲି ମତପ୍ରକାଶ ପାଇଥିଲା।ଏଥିସହିତ ବ୍ରହ୍ମପୁର ମହାନଗର ସମେତ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ରେ ଥିବା ପାଠାଗାର ଗୁଡିକୁ ପୁନଃ ଉଦ୍ଧାର କରାଯାଉ ଏବଂ ନୂତନ ପାଠାଗାର ନିର୍ମାଣ କରାଯାଉ। ବ୍ରହ୍ମପୁର ସହରରେ ଉତ୍କଳ ସିନେମା ହଲ ନିକଟସ୍ଥ ପୁରାତନ ସାରଥି ପାଠାଗାର ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ତାକୁ ପୁନଃ ନିର୍ମାଣ କରାଯାଉ ବୋଲି ଆଲୋଚନା କରାଯାଇ ମହାନଗର କର୍ତ୍ତୃପକ୍ଷ ଏବଂ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ମତ ପ୍ରକାଶ ପାଇଥିଲା। ଏବଂ ରାଜ୍ୟ ସରକାର ଙ୍କ ଡିଏ ବୃଦ୍ଧି ଘୋଷଣାର ତୀବ୍ର ଆଲୋଚନା କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ ଆଇ. ସି.ଆଇ.ସି.ଆଇ ବ୍ୟାଙ୍କର ଡେପୁଟି ମ୍ୟାନେଜର ଜ୍ଞାନ ରଂଜନ ଶତପଥୀ ଓ ଅନ୍ୟ ପଦାଧିକାରୀ ଉପସ୍ଥିତ ରହି ଏହି ବ୍ୟାଙ୍କ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ଯୋଗାଇ ଦେବା ସହ ଜମାପାଣ୍ଠି ସୁରକ୍ଷା ପାଇଁ ବ୍ୟବସ୍ଥା ବିଷୟରେ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଉପସଭାପତି ଶିଶିର କୁମାର ଦାସ, ଶ୍ରୀମତୀ ସ୍ବର୍ଣ ପ୍ରଭା ମିଶ୍ର,ଅନୁରାଧା ପଟ୍ଟନାୟକ, ହାଡିବନ୍ଧୁ ମାଳି,ଲଡୁକେଶ ମିଶ୍ର, ଭିକାରୀ ଚରଣ ମହାପାତ୍ର, ବିଚିତ୍ରାନନ୍ଦ ବେବର୍ତ୍ତା ବିପ୍ରଚରଣ ପାତ୍ର,ରାମାନନ୍ଦ ପଟ୍ଟନାୟକ,ସୁବାସ ଚନ୍ଦ୍ର ସୁବୁଦ୍ଧି,ରାମକୃଷ୍ଣ ଆଚାରୀଗୌରୀଶଙ୍କର ପଟ୍ଟନାୟକ, ପିତାମ୍ବର ସାହୁ ପ୍ରମୁଖ ଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ରାଧାଚରଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here