ଜିଲ୍ଲାରୁ ଫାଇଲେରିଆ ନିରାକରଣ ସକାଶେ ବଟିକା ସେବନ ଚଳିତ ମାସ ୨୫ ତାରିଖରୁ ଆରମ୍ଭ ହେବ

0
281

ଛତ୍ରପୁର() ଚଳିତ ମାସ ଫେବୃୟାରୀ ୨୫ ତାରିଖ ଠାରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ପାଇଁ ଗଞ୍ଜାମ ଜିଲ୍ଲାରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମରେ ଫାଇଲେରିଆ ପ୍ରତିରୋଧକ ଡି.ଇସି ଓ ଆଲବେଣ୍ଡାଜୋଲ୍ ବଟିକା ଖୁଆଇବାର ବ୍ୟବସ୍ଥା କରାଯାଇଛି । ଦ୍ବିତୀୟ ଜିଲ୍ଲା ସ୍ତରୀୟ ସମନ୍ବୟ କମିଟି ଆଲୋଚନା ଜୁମ୍ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ମହାନଗର ନିଗମ ଅଞ୍ଚଳରେ ଜନ ପ୍ରତିନିଧି ମାନଙ୍କୁ ସାମିଲ୍ କରି ବୈଠକ ଆଗତ କରିବେ । ବ୍ଲକ୍ ସ୍ତରରେ, ବିଜ୍ଞାପିତ ଅଞ୍ଚଳ ଓ ମହାନଗର ନିଗମ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ର ସଫଳତା ଦିଗରେ ପ୍ରୟାସ କରିବେ । ଜନ ପ୍ରତିନିଧି ମାନଙ୍କ ମତାମତକୁ ଅଗ୍ରାଧିକାର ଦେଇ ଏହି କାର୍ଯ୍ୟକ୍ରମ କରାଯିବ । ଭାରତ ବର୍ଷରେ ୨୫୬ ଜିଲ୍ଲାରେ ଏହି ବଟିକା ଖୁଆଇବା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ଓଡିଶାର ୨୭ ଟି ଜିଲ୍ଲାରେ ଚାଲିବ । ସ୍କୁଲ ଛୁଟିଥିବା ଯୋଗୁଁ ସେମାନଙ୍କ ଘରକୁ ଯାଇ ବଟିକା ସେବନ କାର୍ଯ୍ୟ ଆହୁରି ସୁଚାରୁ ରୂପେ ସଂପାଦନ ହୋଇପାରିବ ବୋଲି ସେ ଜଣାଇଥିଲେ ।
ଆଶାକର୍ମୀ, ଅଙ୍ଗନଓ୍ବାଡି କର୍ମୀ କିମ୍ବା ତାଲିମ୍ ପ୍ରାପ୍ତ ସ୍ବେଚ୍ଛାସେବୀ ଏହି ବଟିକା ଗୁଡିକ ଆବଣ୍ଟନ ନ କରି ସେମାନେ ଖୁଆଇବେ । ଗର୍ଭବତୀ ମହିଳା, ୨ ବର୍ଷରୁ କମ୍ ଶିଶୁ ଓ ଗୁରୁତର ଅସୁସ୍ଥ ଲୋକଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ଏହି ବଟିକା ଖୁଆଇବେ । ଏହି ବଟିକା ସମ୍ପୂର୍ଣ୍ଣ ନିରାପଦ ଅଟେ । ଖାଦ୍ୟ ଖାଇସାରିବା ପରେ ଏହି ବଟିକା ଖାଇବେ ।ଛତ୍ରପୁର, ଆସ୍କା ଏବଂ ବ୍ରହ୍ମପୁର ଜେଲ୍ ରେ ଥିବା ବନ୍ଦୀ ଥିବା ବ୍ୟକ୍ତି ଓ ଅନାଥ ଛାତ୍ରାବାସ ର ଲୋକଙ୍କୁ ମଧ୍ୟ ଏହି ବଟିକା ଖୁଆହେବ । ଜିଲ୍ଲାରେ ୩୭୭୮୯୬୪ଲୋକଙ୍କ ମଧ୍ୟରୁ ୩୫୫୨୨୨୬ ଲୋକ ଏହି ଔଷଧ ସେବନ କରିବାକୁ ଯୋଗ୍ୟ ଥିବା ବୈଠକରେ ଜଣା ପଡିଛି । ସମସ୍ତ ବ୍ଲକ୍, ବିଜ୍ଞାପିତ ଅଞ୍ଚଳ ଏବଂ ମହାନଗର ନିଗମ ଅଞ୍ଚଳରେ ଚଳିତ ମାସ ୨୫ ତାରିଖ ଦିନ ସକାଳ ୧୦ ଘ. ସମୟରେ ଔଷଧ ସେବନ କାର୍ଯ୍ୟର ଶୁଭାରମ୍ଭ କରାଯିବାକୁ ସ୍ଥିର କରାଯାଇଛି । ଏଣୁ ପ୍ରଚାର ପ୍ରସାର କାର୍ଯ୍ୟ କୁ ଯୋରଦାର କରି ଲୋକଙ୍କୁ ସଚେତନ କରାଇବାକୁ କୁହାଯାଇଛି ।
ଆଲୋଚନାରେ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡଃ ଉମା ଶଙ୍କର ମିଶ୍ର, ବିଶ୍ବ ସ୍ବାସ୍ଥ୍ୟ ମିଶନର ରାଜ୍ୟ ସଂଯୋଜକ ଡ- ବିଶ୍ବ ପ୍ରକାଶ ଦତ୍ତ, ସହକାରୀ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡଃ ସନ୍ତୋଷ କୁମାର ପାଢୀ, ଭିବିଡି କନସଲଟାଣ୍ଟ ସୁଜିତ୍ କୁମାର କାର୍ଯୀ ଏହଂ ଜାତୀୟ ସ୍ବାସ୍ଥ୍ୟ ମିଶନ୍ ର ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ ଏବଂ ସଂପୃକ୍ତ ବିଭାଗୀୟ ଡାକ୍ତର ଓ ଅଧିକାରୀ ଉପସ୍ଥିତ ରହି ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here