ସ୍ୱେଚ୍ଛାସେବୀ ସଂଗଠନ ଟିମ କ୍ଲିନ ସିଟି ପକ୍ଷରୁ ସାମାଜିକ କାର୍ଯ୍ୟ ଜାରି

0
542

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବ୍ରହ୍ମପୁର ସହରରେ ସ୍ୱେଚ୍ଛାସେବୀ ସଂଗଠନ ଟିମ କ୍ଲିନ ସିଟି ପକ୍ଷରୁ ସାମାଜିକ କାର୍ଯ୍ୟ ଜାରି ରହିଛି। ସପ୍ତାହର ଶେଷ ଦିବସ ରବିବାର ଦିନ ଟିମର ସଦସ୍ୟମାନେ ସହରରେ ପରିକ୍ରମା କରି ଅସହାୟ ବୃଦ୍ଧଙ୍କୁ ସହାୟତା ଯୋଗାଇଥିଲେ। ପ୍ରଥମେ ବ୍ରହ୍ମପୁର ନେହେରୁ ପାର୍କ ନିକଟରେ ବସିଥିବା ଜନୈକ ମାନସିକ ବିକୃତ ବ୍ୟକ୍ତିଙ୍କୁ ସହାୟତାର ହାତ ବଢାଇଥିଲା ଟିମ କ୍ଲିନ ସିଟି। ଅପରିଷ୍କାର ଅବସ୍ଥାରେ ଥିବା ବ୍ୟକ୍ତିଙ୍କୁ ସଫା ସୁତରା କରି ମୁଖ୍ୟସ୍ରୋତକୁ ଆଣିବାକୁ ଚେଷ୍ଟା କରିଛି ସଂଗଠନ। ତାଙ୍କର ଅସନା ବସ୍ତ୍ରଗୁଡିକୁ ବାହାର କରିବା ପରେ ତାଙ୍କର ଦାଢ଼ି ଓ କେଶ ସଫା କରାଯାଇଥିଲା। ପରେ ତାଙ୍କୁ ସଫା କରିବା ସହ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା। ପରେ ଗୋଶାଣିନୁଆଗାଁ ସ୍ଥିତ ଗୋକୁଳଧାମ ସ୍ଥିତ ଜନୈକ ପୋଲିଓ ଆକ୍ରାନ୍ତ ବୃଦ୍ଧଙ୍କୁ ସହଯୋଗର ହାତ ବଢାଇଥିଲା ଟିସିସି। ଶେଷରେ ଗୋଶାଣିନୁଆଗାଁ ନୂଆ ସାହିର ବିପ୍ର ସାହୁଙ୍କ ନିକଟରେ ପହଞ୍ଚିଥିଲା ଟିମ କ୍ଲିନ ସିଟି। ପୂର୍ବରୁ କେବଳ ସହାୟତା ପାଇଁ ସ୍ଥାନୀୟ ଲୋକଙ୍କ ଦ୍ୱାରା ସହଯୋଗ ଲୋଡ଼ା ଯାଇଥିବା ବେଳେ ଘଟଣାସ୍ଥଳରେ ପହଞ୍ଚିବା ପରେ ଜଣାପଡିଥିଲା କରୁଣ ଦୃଶ୍ୟ। ବୟସାଧିକ ଯୋଗୁଁ ପଡିଯାଇ ଉଭୟ ଆଖିରେ ଲାଗିଛି ଗଭୀର କ୍ଷତ। ହେଲେ ଚିକିତ୍ସା ସେବା ଯୋଗାଇଦେବାକୁ ଯେମିତି କେହି ନାହିଁ। ଯଦିଓ ନିଜର ସମ୍ପର୍କୀୟ ଅଛନ୍ତି ହାତପାଆନ୍ତରେ। ଏଭଳି ପରିସ୍ଥିତିରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଟିସିସି। ହାତ ବଢାଇଥିଲା ସହଯୋଗର। ସେହିଭଳି ଗୋଶାଣିନୁଆଗାଁ ଥାନା ଅନ୍ତର୍ଗତ ନୂଆସାହିରୁ ପିଣ୍ଟୁ ସାହୁଙ୍କ ଠାରୁ ଖବର ପାଇ ଜନୈକ ବୃଦ୍ଧଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲା ଟିମ। ପ୍ରଥମେ ୧୦୮ ଏବଂ ପରେ ଗୋଶାଣିନୁଆଗାଁ ଥାନା ଅଧିକାରୀ ସୁମିତ ସୋରେନଙ୍କ ହସ୍ତକ୍ଷେପ ଲୋଡିଥିଲେ ଟିମ ସଦସ୍ୟ। ପରେ ସୋରେନ ତତ୍ପରତା ପ୍ରକାଶ କରି ଘଟଣାସ୍ଥଳରେ ପୋଲିସ ମୁତୟନ କରିବା ସହିତ ସମ୍ପୃକ୍ତ ବୃଦ୍ଧ ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ଟିମ କ୍ଲିନ ସିଟି ସଦଦ୍ୟଙ୍କୁ ସହାୟତା କରିଥିଲେ। ପରେ ତାଙ୍କୁ ପିସିଆର ଭ୍ୟାନରେ ଏମ୍କେସିଜି ମେଡିକାଲରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି। ଟିସିସିର ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ଭୁୟସୀ ପ୍ରଶଂସା କରିଥିଲେ। ଏହି ଉଦ୍ଧାର କାର୍ଯ୍ୟ ଟିମ କ୍ଲିନ ସିଟିର ୬୯ତମ ଉଦ୍ଧାର କାର୍ଯ୍ୟ ହୋଇଥିବା ବେଳେ ପୋଷ୍ଟର ଚିରା ଅଭିଯାନ ୧୦୪ଦିବସରେ ପହଞ୍ଚିଛି। ଆଗାମୀ ଦିନରେ ଏଭଳି କାର୍ଯ୍ୟ ଜାରି ରହିବା ସହିତ ଅନ୍ୟ ନୂତନ ପ୍ରକଳ୍ପ ଓ ଯୋଜନା ସହିତ ଟିମ ସାମାଜିକ କାର୍ଯ୍ୟ ସମ୍ପାଦନ କରିବ ବୋଲି ଟିମ ପକ୍ଷରୁ କୁହାଯାଇଛି। ଆଜିର ଏହି କାର୍ଯ୍ୟରେ ଟିମର ସଦସ୍ୟ ଶକ୍ତିଧର ରାଜଗୁରୁ, ସାହେବ, ପ୍ରଶାନ୍ତ ଚୌଧୁରୀ, ଅସିତ ସାବତ, ଅସିତ ପଣ୍ଡା, ସୂର୍ଯ୍ୟ ନାରାୟଣ ଚୌଧୁରୀ, ସନ୍ତୋସିନୀ ବେହେରା, ଅଭୟ ରଥ, ସନ୍ତୋଷ, ଦିନେଶ ପଟ୍ଟନାୟକ, ଟୁକୁ ଦଳାଇ, ନାଗେଶ୍ୱର ପୃଷ୍ଟି, ସସ୍ମିତା ପ୍ରଧାନ,ସାହେବ ଓ ପ୍ରଶାନ୍ତ ଚୌଧୁରୀ ପ୍ରମୁଖଙ୍କ ସମେତ ବହୁ ସକ୍ରିୟ ସଦସ୍ୟ ସାମିଲ ହୋଇଥିବାବେଳେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ମଧ୍ୟ ଟିମ ସଦସ୍ୟଙ୍କୁ ବେଶ ସହଯୋଗ ମିଳିଥିଲା।

LEAVE A REPLY

Please enter your comment!
Please enter your name here