ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆରଓ ପ୍ଲାଣ୍ଟ ଉଦଘାଟିତ

0
399

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା) ଆଜି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରାଜ୍ୟସଭା ସାଂସଦ ମୁନା ଖାନ ଙ୍କ ଦ୍ୱାରା ବିଶୁଦ୍ଧ ପାନୀୟ ଜଳ ନିମନ୍ତେ ମେସିନ ର ଶୁଭ ଉଦଘାଟନ ହୋଇଛି । ଏହି ପ୍ଲାଣ୍ଟ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ମେସିନ ଦିନକୁ ୮୦୦ରୁ ୧୦୦୦ଲୋକ ଙ୍କ ତୃଷା ମେଣ୍ଟାଇ ପାରିବାର କ୍ଷମତା ସମ୍ପର୍ଣ୍ଣ ଅଟେ ।ଏହି ମେସିନ ଟି କୋଷାଗୁମୁଡା ରେ ପ୍ରଥମ ଥର କରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଉନ୍ମୋଚନ କଲେ ରାଜ୍ୟସଭା ସାଂସଦ । ଏହି ପ୍ଲାଣ୍ଟ ଟି ର ମୂଲ୍ୟ ୩ ଲକ୍ଷ ଟଙ୍କା ରହିଛି ଏବଂ ସାଂସଦ ନିଜ ଜନ କଲ୍ୟାଣ ପାଣ୍ଠି ରୁ ଦେଇଛନ୍ତି ଓ ଆଉ ୧୩ଗୋଟି ସ୍ଥାନରେ ଲଗାଯିବ ବୋଲି ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଟିକୁ ଜିଲ୍ଲା ଆଦିବାସୀ ହରିଜନ ଉନ୍ନତି ବିଭାଗ ନବରଙ୍ଗପୁର ତରଫରୁ ତଦାରଖ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁନା ଖାନ , ସାଂସଦଙ୍କ କୋଷଗୁମୁଡ଼ା ବ୍ଲକ ପ୍ରତିନିଧି ଶ୍ରୀ ବଦ୍ରୀ ନାରାୟଣ ସିଂ, ମୋହମଦ ଫାରୁକ, ରାମାରାଓ ଚୌଧୁରୀ, ଆଶିଷ ପଟ୍ଟନାୟକ, ଯୋଗେନ୍ଦ୍ର ସ୍ବାଇଁ, ପ୍ରଶାନ୍ତ କୁମାର ବକ୍ସି ,ସଞ୍ଜୟ କୁମାର ପଟ୍ଟନାୟକ ,ମୋହନ ମାଝୀ, ହରିବନ୍ଧୁ ମାଝୀ, ପଦ୍ମନ ମାଳି, ଭି.ପ୍ରସାଦ ରାଓ, ଡ଼.ଜ୍ଞାନ ରଞ୍ଜନ ପାଢ଼ୀ , ମାନସ କୁମାର ରଥ ଏବଂ ସ୍ଥାନୀୟ ଜନସାଧାରଣ, ସ୍ୱାସ୍ତ୍ୟ କେନ୍ଦ୍ର ର କର୍ମଚାରୀ, ସ୍ତାନୀୟ ପୋଲିସ ପ୍ରଶାସନ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି ।

LEAVE A REPLY

Please enter your comment!
Please enter your name here