ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ ହେଲା କୋହଳ ; ମାସେ ପର୍ଯ୍ୟନ୍ତ ଦେବାକୁ ପଡିବନି ଜୋରିମାନା

0
656

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ପରିବହନ ସଚିବ ଜି.ଶ୍ରୀନିବାସନଙ୍କ ସୂଚନା ଅନୁଯାୟୀ ଆଗାମୀ ଗୋଟିଏ ମାସ ପର୍ଯ୍ୟନ୍ତ ଅର୍ଥାତ୍‌ ଅକ୍ଟୋବର ୬ ପର୍ଯ୍ୟନ୍ତ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଗାଡି ଚାଳକଙ୍କୁ ତଣ୍ଡ ଦେବାକୁ ପଡିବ ନାହିଁ । ପରିବହନ ବିଭାଗରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ସେପ୍ଟେମ୍ବର ପହିଲାରୁ ମୋଟର ଯାନ ସଂଶୋଧନ ଆଇନ ଅନୁଯାୟୀ ପ୍ରଦୂଷଣ ପ୍ରମାଣପତ୍ର ନଥିବା ଚାଳକଙ୍କୁ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡୁଥିଲା। ଆଗାମୀ ଏକ ମାସ ମଧ୍ୟରେ ପ୍ରମାଣପତ୍ର ସଂଗ୍ରହ କରିବାକୁ ପଡ଼ିବ । ଗତ ଦୁଇଦିନ ହେବ ଗାଡ଼ି ଯାଞ୍ଚ ସମୟରେ ଅନେକ ଗାଡିର ପ୍ରଦୂଷଣ ପ୍ରମାଣପତ୍ର ନଥିବାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଉଥିଲା । ଏଣୁ ପ୍ରଦୂଷଣ ପ୍ରମାଣପତ୍ର ପାଇଁ ରାତି ସାରା ଗାଡି ଚାଳକଙ୍କୁ ଲାଇନରେ ଛିଡା ହେବାକୁ ପଡୁଛି କିନ୍ତୁ ପ୍ରଦୂଷଣ ପ୍ରମାଣପତ୍ର ହାସଲ କରିପାରୁନାହାନ୍ତି । କିଛି ସ୍ୱୀକୃତିପ୍ରାପ୍ତ ସଂସ୍ଥା ଅନଲାଇନ ଜରିଆରେ ପ୍ରମାଣପତ୍ର ଦେଇ ପାରୁନଥିବାରୁ ଚଢାଉ ଭୟରେ ସେମାନେ ବଜାରରୁ ଉଭାନ ହୋଇ ଯାଇଛନ୍ତି । ଭୁବନେଶ୍ୱର ଆରଟିଓ-୧ ଅଞ୍ଚଳରେ ୨୧ ଜଣଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ପ୍ରଦାନ କରିବାକୁ ସ୍ୱୀକୃତି ଦିଆଯାଇଥିବା ବେଳେ ମାତ୍ର ୬ ଜଣ ଯୋଗ୍ୟ ରହିଛନ୍ତି , ଯେଉଁଥିରୁ ଭୁବନେଶ୍ୱରରେ ୪ଟି ଥିବା ବେଳେ ଖୋର୍ଦ୍ଧାରେ ୨ଟି ରହିଛି । ସେହିଭଳି ଆରଟିଓ-୨ ଅଧିନରେ ୩୨ ଜଣ ସ୍ୱୀକୃତି ପାଇଥିବା ବେଳେ ୭ ଜଣ ଯୋଗ୍ୟ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here