କବିସୂର୍ଯ୍ୟନଗର ବ୍ଲକ ରେ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

0
542

କବିସୂର୍ଯ୍ୟନଗର (ନ୍ୟୁଜଏକ୍ସଟ୍ରା ବ୍ୟୁର): କବିସୂର୍ଯ୍ୟନଗର ବ୍ଲକ ପରିସରରେ ଆଜି ଗଞ୍ଜାମ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଉପସ୍ଥିତ ରହି ସରକାରୀ ଯୋଜନାରୁ ଗ୍ରାମାଞ୍ଚଳ ଲୋକ ବଂଚିତ ହେଉଥିବା ଦୃଷ୍ଟି ରଖି ନିଜେ ଗଞ୍ଜାମ ଜିଲ୍ଲାପାଳ ସିଧାସଳଖ ଲୋକଙ୍କ ଅଭିଯୋଗ ଗ୍ରହଣ କରି ପଦକ୍ଷେପ ନେବା ପାଇଁ ଉପସ୍ଥିତ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ କହିଥିଲେ,ମୁଖ୍ୟତଃ ଆଜି କବିସୂର୍ଯ୍ୟ ନଗର ବ୍ଲକ ଓ ଏ ନ୍ ଏ ସି ର ମୋଟ ୩୭୧ ଟି ଅଭିଯୋଗ ଗ୍ରହଣ କରାଯାଇଛି । ଏହି ଶୁଣାଣି କାର୍ଯ୍ୟକ୍ରମ ରେ ଛତ୍ରପୁର ପୋଲିସ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବିଜୟ କୁମାର , ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ ଙ୍କ ସମେତ, ଜଳ ସେଚନ, କ୍ଷୁଦ୍ର ଜଳ ସେଚନ, କୃଷି ଅଧିକାରୀ, ସମନ୍ବିତ ଶିଶୁ ବିଭାଗ, ପୂର୍ତ୍ତ, ଗ୍ରାମ୍ୟ ନିର୍ମାଣ ବିଭାଗ, ପଞ୍ଚାୟତି ରାଜ ବିଭାଗ ର ସମସ୍ତ ଅଧିକାରୀ ଉପସ୍ଥିତ ରହି ଥିଲେ । ବିଡ଼ିଓ ବାସୁଦେବ ନାୟକ, ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ନାୟକ, ତହସିଲଦାର ପ୍ରକାଶ କୁମାର ମିଶ୍ର, ଥାନା ଅଧିକାରୀ ପ୍ରଭାତ ସାହୁ ଙ୍କ ସମେତ ସମସ୍ତ ଅଧିକାରୀ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here