ବିନା ପ୍ରଶିକ୍ଷଣରେ ଅସାଧାରଣ ଚିତ୍ରକଳା ଆଙ୍କି ଚର୍ଚ୍ଚାରେ ଯୁବକ

0
407

ଶେରଗଡ଼(ଜଗନ୍ନାଥ ସାହୁ)ଗଞ୍ଜାମ ଜିଲ୍ଲା କଳା,ସଂସ୍କୃତି ପାଇଁ ପୁରାତନ କାଳରୁ ବେଶ୍ ଗର୍ବିତ।ବିଭିନ୍ନ କଳାର ଅଧିକାରୀ ବ୍ଯକ୍ତିତ୍ବଙ୍କ ଯୋଗୁଁ ବିଭିନ୍ନ ସମୟରେ ଜିଲ୍ଲାର ସୁନାମ ରହିଆସିଛି।ସେଭଳି ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଗୋଠଗାଁ ଗ୍ରାମର କୃଷ୍ଣଚନ୍ଦ୍ର ସ୍ବାଇଁଙ୍କ ଜ୍ଯେଷ୍ଠ ପୁତ୍ର ପ୍ରମୋଦ କୁମାର ସ୍ବାଇଁ(୨୨) ପେନସିଲ ମୁନରେ ନିଖୁଣ ଚିତ୍ରକଳା ମାଧ୍ୟମରେ ଅଞ୍ଚଳରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।ମଧ୍ଯବିତ୍ତ ପରିବାରରେ ଜନ୍ମିତ ପ୍ରମୋଦ ପିଲାଟି ଦିନରୁ ଚିତ୍ର ପ୍ରତି ଦୁର୍ବଳତା ରହି ଆସୁଥିଲା।ବିଭିନ୍ନ ପ୍ରତିଯୋଗୀତାରେ ସାମିଲ ହୋଇ ଅଳ୍ପ ବହୁତ ପ୍ରଶଂସା ସାଉଁଟିବାରେ ସକ୍ଷମ ହୋଇପାରିଥିଲେ।କିନ୍ତୁ ପ୍ରମୋଦଙ୍କ ପ୍ରତିଭା ଗାଁରେ ହିଁ ସୀମିତ ରହିଥିଲା।ତେବେ କଙ୍କୋରଡା ସ୍ଥିତ ବିଜ୍ଞାନ ମହାବିଦ୍ୟାଳୟରେ କଳାର ରାଜନୀତି ବିଜ୍ଞାନ ବିଭାଗରେ ସ୍ନାତକ ସରିବା ପରେ କୌଣସି ସହଯୋଗ ନପାଇ ଅବସରରେ ସମୟରେ ନିଜ କଳା ବିକଶିତ କରିବାରେ ଲାଗିଛନ୍ତି।ପାଖପାଖି ଅଞ୍ଚଳର ବିଭିନ୍ନ ପ୍ରତିଷ୍ଠିତ ବ୍ଯକ୍ତିଙ୍କ ଏଭଳି ଚିତ୍ରକଳା ଆଙ୍କି ବିଭିନ୍ନ ସମୟରେ ନିଜର ଲୁକାୟିତ ପ୍ରତିଭା ଧିରେଧିରେ ପ୍ରସ୍ପୁଟିତ ହେବାରେ ଲାଗିଛି।ତତ୍ ସହିତ ବିନା ପ୍ରଶିକ୍ଷଣରେ ଏଭଳି ନିଖୁଣ,ଚମତ୍କାର ଚିତ୍ରକଳା ଯୋଗୁଁ ଅଞ୍ଚଳରେ ବେଶ୍ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି।ତେବେ ଆଗାମୀ ଦିନରେ କଳାକ୍ଷେତ୍ରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ଲକ୍ଷ୍ଯ ଥିବା ପ୍ରମୋଦ ମତବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here