ଅଟୋ ସହ ବାଇକ ଧକ୍କା, ଯୁବକ ଗୁରୁତର

0
560

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା ବ୍ୟୁର) ଭଞ୍ଜନଗର ଥାନା ଅଧିନ ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ନୂଆଗାଁ ନଦୀ ପୋଲ ନିକଟରେ ଭଞ୍ଜନଗର ଓ ବେଲଗୁଣ୍ଠା ରାସ୍ତାରେ ଏକ ଅଟୋ ସହ ବାଇକର ଧକ୍କା ହେବା ଫଳରେ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ଜଣଙ୍କ ନାମ ହେଉଛି ଅନନ୍ତ ସାହୁ ତାଙ୍କ ଘର ବେଲଗୁଣ୍ଠା ।ସେ ଭଞ୍ଜନଗର ରୁ ବେଲଗୁଣ୍ଠା ନିଜ ଘର କୁ ଫେରିବା ସମୟରେ ନୂଆଗାଁ ପୋଲ ଉପରେ ବିପରୀତ ଦିଗରୁ ଆସୁଥିବା ଏକ ଅଟୋ ସହ ତାଙ୍କ ବାଇକ ର ଧକ୍କା ହୋଇଥିଲା।ଫଳରେ ସେ ଘଟଣା ଜାଗାରେ ହି ଗୁରୁତର ଆହତ ହୋଇଥିଲେ।ଗୁରୁତର ଅବସ୍ଥାରେ ଅନନ୍ତଙ୍କୁ 108ଯୋଗେ ଭଞ୍ଜନଗର ମେଡିକାଲ କୁ ନିଆ ଯାଇଥିଲା ଓ ପରେ ଅଵସ୍ଥା ଗୁରୁତ୍ୱ ହେବାରୁ ବହ୍ମପୁର ବଡ଼ ମେଡିକାଲକୁ ପଠାଇଦିଆ ଯାଇଛି। ବେଲଗୁଣ୍ଠା ପୋଲିସ ଅଟୋ ଓ ବାଇକ ଜବତ କରିଥିବା ବେଳେ ଅଟୋ ଚାଳକ କୁ ମଧ୍ୟ ଅଟକ ରଖିଥିବା ଜଣା ପଡ଼ିଛି।

LEAVE A REPLY

Please enter your comment!
Please enter your name here