ଏସ୍ଟାବ୍ଳିସ ମେଣ୍ଟ ଅଫିସର ଅନିଲ କୁମାର ପଣ୍ଡାଙ୍କ ଘର ଅଗଣାରେ ଫୁଟିଲା ବିରଳ ବ୍ରହ୍ମ କମଳ ଫୁଲ

0
710

ଭଞ୍ଜନଗର: ଭଞ୍ଜନଗର ବ୍ଲକ ଜିଲୁଣ୍ଡି ରେ ରହୁଥିବା ଉପଜିଲ୍ଲାପାଳଙ୍କ କାଯ୍ୟାଳୟରେ କାଯ୍ୟରତ ଏସ୍ଟାବ୍ଳିସ ମେଣ୍ଟ ଅଫିସର ଅନିଲ କୁମାର ପଣ୍ଡାଙ୍କ ଘର ଅଗଣାରେ ୩ଟି ବିରଳ ବ୍ରହ୍ମକମଳ ଫୁଲ ଫୁଟିଛି। କଥାରେ ଅଛି ଏହି ବିରଳ ବ୍ରହ୍ମ କମଳ ଫୁଲ ସୃଷ୍ଟିକର୍ତ୍ତା ଭଗବାନ ବ୍ରହ୍ମାଙ୍କ ପ୍ରତୀକ। ବ୍ରହ୍ମ କମଳ ଫୁଲର ଦର୍ଶନ ମାତ୍ରକେ ମଣିଷର ସମସ୍ତ ମନୋକମନା ପୂର୍ଣ୍ଣ ହୋଇଥାଏ ବୋଲି ଲୋକଙ୍କ ଧାରଣା। ତେଣୁ ଏହି ଫୁଲର ସ୍ୱତନ୍ତ୍ର ମହିମା ଓ ବିଶେଷତ୍ୱ ରହିଛି। ତେବେ ଏହି ଫୁଲ ଗଛର ପତ୍ରରେ ହିଁ ଫୁଟିବା ସହ ରାତିରେ ଫୁଟି ସକାଳକୁ ଝାଉଁଳି ଯାଏ। ତେବେ ଆଜି ରାତ୍ରରେ ଏହା ଫୁଟିବା ପରେ ଅନିଲ ଏହାକୁ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ଅର୍ପଣ କରିଥିବା କହିଛନ୍ତି।

ରିପୋର୍ଟ ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here