ଅବସରପ୍ରାପ୍ତ ଅବକାରୀ ବିଭାଗ ଏସ୍.ଆଇ ଙ୍କ ପରଲୋକ

0
568

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁର) : ଅବସର ପ୍ରାପ୍ତ ଅବକାରୀ ବିଭାଗ ସବ୍ ଇନସିପେକ୍ଟର ପ୍ରଭାକର ଆଚାର୍ଯ୍ୟ ଙ୍କ ଆଜି ସକାଳ ସମୟରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ଧରି ସେ ଭୁବନେଶ୍ବର କଳିଙ୍ଗ ହସପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ବ୍ରହ୍ମପୁର ଫେରିଥିଲେ ।ସ୍ବର୍ଗତ ଆଚାର୍ଯ୍ୟ ଜଣେ ଭାରୋଳତ୍ତକ ତଥା ବଡିବିଲଡର୍ ଭାବରେ ଅତ୍ୟନ୍ତ ପରିଚିତ ଥିବା ବେଳେ ଛତ୍ରପୁରର ବୀର ହନୁମାନ କ୍ଳବର ପୂର୍ବତନ ସଭାପତି ଭାବରେ ଅନେକ ସୁନାମ ଅର୍ଜନ କରିଥିଲେ। ଅବକାରୀ ବିଭାଗରେ ଛତ୍ରପୁର ,ବ୍ରହ୍ମପୁର ,ଗୋପାଳପୁର ,ଚିକିଟି ,ରାୟଗଡା ଓ ବାଲୁଗାଁ ଅଞ୍ଚଳରେ ବେଶ କାର୍ଯ୍ୟ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କର ଦୁଇ ପୁତ୍ର ,ଦୁଇ ଝିଅ ସମେତ ବନ୍ଧୁ ପରିବାର ବର୍ଗ ଏବଂ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ତାଙ୍କ ଅତ୍ମୀମ ସଂସ୍କାରରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here