ଝାଡ଼େଶ୍ୱର ପୀଠରେ ମୁଖ୍ୟମନ୍ତ୍ରୀ ଙ୍କୁ ଶୁଭେଚ୍ଛା ଜଣେଇଲେ ସୁଜ୍ଞାନୀ ସମର୍ଥକ

0
722

ବେଗୁନିଆପଡା(ଦକ୍ଷିଣ ଓଡ଼ିଶା ମୁଖ୍ୟ) ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଝାଡ଼େଶ୍ୱର ପୀଠରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟିକା ସୁଜ୍ଞାନୀ କୁମାରୀ ଦେଓ ଙ୍କ ସମର୍ଥକ ଏକତ୍ରିତ ହୋଇ ଭାରତ ବର୍ଷରେ ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏକ ନମ୍ବର ସ୍ଥାନ ଅକ୍ତିଆର କରିଥିବାରୁ,ମୁଖ୍ୟମନ୍ତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇବା ସହ ଦୀର୍ଘ ଜୀବନ କାମନା କରିଛନ୍ତି | ଏହା ସହ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳ ପ୍ରତି ତ୍ୟାଗ ଓ ଅବଦାନ ନିମନ୍ତେ ପୂର୍ବତନ ବିଧାୟିକା ସୁଜ୍ଞାନୀ କୁମାରୀ ଦେଓ ଙ୍କୁ ବୈଠକରେ ଭରପୁର ପ୍ରଶଂସା କରାଯାଇଥିଲା |ବିଭିନ୍ନ ସମୟରେ କବିସୂର୍ଯ୍ୟନଗର ନିର୍ବାଚିତ ମଣ୍ଡଳୀ ରେ ବଢ଼ି ଚାଲିଥିବା ଦୁର୍ନୀତି ଓ ପି.ସି କାରବାର ବିରୁଦ୍ଧରେ ଲଢେଇ ଜୋରଦାର କରିବାକୁ ଏହି ବୈଠକରେ ନିଷ୍ପତି ନିଆଯାଇଛି |ବୈଠକ ଶେଷରେ ଗତ 2020 ବର୍ଷ ରେ କରୋନା ମହାମାରୀ ଜନିତ ବ୍ୟାଧି ରୁ ମୁକ୍ତି ପାଇବା ସକାଶେ ସମସ୍ତ କର୍ମୀ ଈଶ୍ୱର ଙ୍କ ପାଖରେ ପ୍ରାର୍ଥନା କରିଥିଲେ |ପୂର୍ବରୁ ଏହି ବୈଠକର ଉପସ୍ଥିତ ସମସ୍ତ ବିଜେଡି କର୍ମୀ ଏକ ରକ୍ତଦାନ ଶିବିର ଆୟୋଜନ କରି ବିଜେଡି ରେ ଥିବା ଗୋଷ୍ଠୀ କନ୍ଦଳ କୁ ପଦାରେ ପକେଇଥିବା ବେଳେ ବୁଧବାର ଅନୁଷ୍ଠିତ ବୈଠକ ଦଳ ଭିତରେ ବିଭାଜନ ର ଖୋରାକ ଯୋଗାଇଛି | ସ୍ଥାନୀୟ ବୁଦ୍ଧିଜୀବୀ ଙ୍କ ମତରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳ ର ଏପରି ଗୋଷ୍ଠି କନ୍ଦଳ ଆଗକୁ କାଳେ ବିଗତ ଦିନର ଖଲିକୋଟ ନିର୍ବାଚନ ମଣ୍ଡଳ ଭଳି ସ୍ଥିତି ସୃଷ୍ଟି ହେବ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି |

LEAVE A REPLY

Please enter your comment!
Please enter your name here