ବେଗୁନିଆପଡ଼ା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଉନବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

0
552

ବେଗୁନିଆପଡ଼ା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତକାଲି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଉନବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷ ସୋନମ୍ ପଲେଇ, ମୁଖ୍ୟ ବକ୍ତାଭାବେ ସମାଜସେବୀ ମହେଶ୍ଵର ବରାଡ଼, ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟା ଗୀତାଞ୍ଜଳି ଭୂୟାଁ, ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳ କାନ୍ତ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ବିଜେଡ଼ି ବ୍ଲକ ସଭାପତି ବିଜୟ କୁମାର ଦୋରା, ସରପଞ୍ଚ ଅରୁଣ କୁମାର ମାଝୀ, ସମିତିସଭ୍ଯ ନାରାୟଣ ବେହେରା, ଚାଇଲ୍ଡ ହେଲ୍ପଲାଇନ ମୁଖ୍ୟ ସୁଧୀର କୁମାର ସାବତ ପ୍ରମୂଖ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ଶିଶୁ ବିଦ୍ୟା ମନ୍ଦିର ର ପ୍ରୟୋଜନ ଏବଂ ଛାତଛାତ୍ରୀ ଙ୍କ ଚରିତ୍ର ଗଠନ ଏବଂ ନୈତିକ ଶିକ୍ଷା ର ପ୍ରୟୋଜନ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ଯ ସନ୍ତୋଷ କୁମାର ପାଢ଼ୀ ସ୍ଵାଗତ ଭାଷଣ ଏବଂ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବିଦ୍ୟା ମନ୍ଦିର ସଭାପତି ନାରାୟଣ କହଁର, ଯୁଗ୍ମ ସମ୍ପାଦକ ପଙ୍କଜ ବେହେରା, କୋଷାଧ୍ଯକ୍ଷ ସୁଶାନ୍ତ ପ୍ରଧାନ, ସମ୍ପାଦକ ଜଗବନ୍ଧୁ ପଟ୍ଟନାୟକ, ସଦସ୍ୟା ଜୋସ୍ନା ରାଣୀ ସେଠି ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ , ଅଭିଭାବକ , ଛାତ୍ରଛାତ୍ରୀ, ଦର୍ଶକ ମାନେ ଉପସ୍ଥିତ ଥିଲେ । ବିଭିନ୍ନ ପ୍ରତିଯୋଗୀତା ରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

LEAVE A REPLY

Please enter your comment!
Please enter your name here