୧୬ ନମ୍ବର ଜାତୀୟ ରାଜପଥ ଭେଜିପୁଟ ଗ୍ରାମ ନିକଟରେ ଟ୍ରକ ପଛକୁ ପିଟିଲା ଟ୍ରକ ଦୁଇ ଗୁରୁତର

0
292

ଖଲ୍ଲିକୋଟ(ନ୍ୟୁଜଏକ୍ସଟ୍ରା) ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଭେଜିପୁଟ ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା । ଟ୍ରକ ପଛକୁ ପିଟିଲା ଟ୍ରକ ଦୁଇ ଗୁରୁତର । ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ଭୁବନେଶ୍ବର ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଟ୍ରକ ପଛକୁ କଟକରୁ ଆନ୍ଦ୍ର ଅଭିମୁଖେ ଆସୁଥିବା ଟ୍ରକ ନମ୍ବର (AP 05 TE 3155) ଧକ୍କା ଦେବା ଫଳରେ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଥିଲେ । ଖବର ପାଇ ଭେଜିପୁଟ ଫାଣ୍ତି ଅଧିକାରୀ ମନୋଜ କୁମାର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଡ୍ରାଇଭର ଓ ହେଲପର ଦୁହିଁଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କୁ ପଠାଇଥିଲେ । ସେଠାରେ ଦୁହିଁଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ଦୁହିଁଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରିଥିଲେ । ଡ୍ରାଇଭର ଜଣକ ଆନ୍ଦ୍ରପ୍ରଦେଶର ବିଜୟୱାଡ଼ା ଅଞ୍ଚଳର ଏ. ଲକ୍ଷ୍ମୀ ନାରାୟଣ ବୋଲି ଜଣା ପଡ଼ିଥିବା ବେଳେ ହେଲପର ଜଣଙ୍କର ପରିଚୟ ମିଳିପାରି ନାହିଁ । ସେପଟେ ଦୁର୍ଘଟଣାଗ୍ରସ୍ଥ ଟ୍ରକଟି ରାସ୍ତା କଡ଼ ରେ ରହିଥିବା ଦେଖିବାକୁ ମିଳିଛି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here