ରାଇକିଆ ଉପାନ୍ତ ଅଞ୍ଚଳରେ ମାଓ ପୋଷ୍ଟର, ଭୟରେ ଉଡିଲା ନାହିଁ ତ୍ରିରଙ୍ଗା

0
536

ରାଇକିଆ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଉପାନ୍ତ ଅଞ୍ଚଳରେ ଥିବା ରଣବା ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟରେ ସାଧାରଣତନ୍ତ ଦିବସରେ ତ୍ରିରଙ୍ଗା ପତାକା ନଉଡେଇବା ପାଇଁ ବାରଣ କରି ଏକ ହାତ ଲେଖା ପୋଷ୍ଟର ମରାଯାଇଥିବାରୁ ଭୟରେ ଉକ୍ତ ଅଞ୍ଚଳରେ ବିଦ୍ୟାଳୟ ସମେତ ଅନ୍ୟ କିଛି ସରକାରୀ ଓ ବେସରକାରୀ ସଂସ୍ଥାରେ ପତାକା ଉଡାଯାଇନଥିଲା । ରଣବା ଅଞ୍ଚଳ ରାଇକିଆ ସଦର ଠାରୁ ୩୫ କିମି ଦୂର ଉପାନ୍ତ ଅଞ୍ଚଳରେ ଅବସ୍ଥିତ ଏବଂ ଉକ୍ତ ଅଞ୍ଚଳରେ କୌଣସି ମୋବାଇଲ ସେବା ନଥିବାରୁ ପୋଲିସ କିମ୍ବା ପ୍ରଶାସନ ପାଖରେ କୌଣସି ସଠିକ ତଥ୍ୟର ସୂଚନା ମଧ୍ୟ ମିଳିପାରୁନାହିଁ । ପୋଷ୍ଟର ଲାଗିଥିବା ହେତୁ ବିଦ୍ୟାଳୟ କର୍ମଚାରୀଙ୍କ ସମେତ ଗ୍ରାମାବାସୀ ଭୟରେ ଥିବା ସୂଚନା ମିଳୁଅଛି ।

LEAVE A REPLY

Please enter your comment!
Please enter your name here