ନୂତନ ଘୋଷଣା : ଜୁଲାଇ ୯ ତାରିଖରୁ ୧୪ ପର୍ଯ୍ୟନ୍ତ ମାଣିତରା ପଞ୍ଚାୟତ ସମ୍ପୂର୍ଣ୍ଣ ସଟ୍ ଡାଉନ

0
355

ବୁଗୁଡା(ଅନିଲ କୁମାର ମହାରଣା)ଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ ମାଣିତରା ପଞ୍ଚାୟତର ସଟ୍ ଡାଉନ ସମୟ ପରିବର୍ତ୍ତନ କରାଯାଇଛି। ବୁଗୁଡା ବିଡ଼ିଓ ଙ୍କ ସହ ପରାମର୍ଶ ପରେ ମାଣିତରା ପଞ୍ଚାୟତ ସରପଞ୍ଚ ଶାନ୍ତିଲତା ନାୟକ ମାଣିତରା ପଞ୍ଚାୟତର ସମସ୍ତ ଗ୍ରାମକୁ ଜୁଲାଇ ୯ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟ୍ ଡାଉନ ଘୋଷଣା କରିଛନ୍ତି। ଜୁଲାଇ ୮ ତାରିଖ ଦିନ ପ୍ରତ୍ୟେକ ଦୋକାନ ସକାଳ ୬ ଘଣ୍ଟାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ଖୋଳାରହିବ। ସେହି ଗୋଟିଏ ଦିନରେ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ବଜାୟ ରଖି ଜନସାଧାରଣ ଛଅ ଦିନ ପାଇଁ ଆବଶ୍ୟକ ଜିନିଷ କ୍ରୟ କରି ୯ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ କେହି ମଧ୍ଯ ଘରୁ ବାହାରକୁ ଆସିବେ ନାହିଁ ବୋଲି ସରପଞ୍ଚ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ସଟ୍ ଡାଉନ ୬ ଦିନ ସମୟରେ ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ। ସ୍ୱାସ୍ଥ୍ୟ କାର୍ଯ୍ୟ, କୃଷି କାର୍ଯ୍ୟ ଓ ମନୋରଗା କାର୍ଯ୍ୟ ଅନ୍ୟ ସମସ୍ତ ବନ୍ଦ ରହିବ। ଯେଉଁ ବ୍ୟକ୍ତି ନିୟମ ଭଙ୍ଗ କରିବେ ତାଙ୍କଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ସରପଞ୍ଚ ଶ୍ରୀମତୀ ନାୟକ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here