୬୦ ହଜାରରୁ ଉର୍ଦ୍ଧ ଟଙ୍କାର ବିଦେଶୀ ଚୋରା ମଦ ଜବତ

0
651

ପୁରୁଷୋତ୍ତମପୁର(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ ) 18/07/19 :ଚୋରା ମଦ କାରବାରକୁ ରୋକିବାକୁ ଯାଇ ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପ୍ରତାପୁର ନିକଟରେ ଅତର୍କିତ ଚଢ଼ାଉ କରି ପୋଲିସ 536 ବୋତଲ ବିଦେଶୀ ମଦ ବୋତଲ ଜବତ ହୋଇଥିବା ବେଳେ ପ୍ରାୟ 166ଲିଟର ମଦ ଥିବା ଜଣାପଡିଛି। ଚୋରା ମଦ କାରବାର ସଂକ୍ରାନ୍ତରେ ରିଶିପୁର ଗ୍ରାମର ବୁଲୁ ବେହେରାକୁ ପୋଲିସ ଗିରଫ କରିଛି। ଜବତ ମଦର ଆନୁମାନିକ ବଜାର ମୂଲ୍ୟ ପ୍ରାୟ 50ରୁ 60ହଜାର ଟଙ୍କା ହେବ ବୋଲି ଜଣାପଡିଛି। ତେବେ ଜବତ ମଦ ନକଲି କି ଅସଲି ଜାଣିବାକୁ ପୋଲିସର ତଦନ୍ତ ଜାରି ରହିଥିବା ପୁରୁଷୋତ୍ତମପୁର ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here