ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅବସରପ୍ରାପ୍ତ କର୍ମଚାରୀଙ୍କ ଆନ୍ଦୋଳନ ତୃତୀୟ ଦିନରେ

0
823

ବ୍ରହ୍ମପୁର (ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ ) 19/07/19 : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅବସରପ୍ରାପ୍ତ କର୍ମଚାରୀଙ୍କ ଆନ୍ଦୋଳନ ତୃତୀୟ ଦିନରେ ପହଂଚିଛି । ବକେୟା ପ୍ରାପ୍ୟ ଦାବିରେ ଧାରଣାରେ ବସିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଅହିଂସା ମାର୍ଗରେ ଜାରି ରଖିବାକୁ ସଂଘର ସଭାପତି ଗୋବିନ୍ଦ ଚନ୍ଦ୍ର ସାହୁ ସ୍ପଷ୍ଟ କରିଛନ୍ତି। ଅପରପକ୍ଷେ ସଂଘର ଦାବୀ ଯୁକ୍ତିଯୁକ୍ତ ବୋଲି ବିଶ୍ୱବିଦ୍ୟାଳୟ କୁଳସଚିବ ରଞ୍ଜନ କୁମାର ବିଶ୍ବାଳ ସ୍ୱୀକାର କରିଛନ୍ତି। ତେବେ ଅର୍ଥର ଅଭାବ ଯୋଗୁଁ ଅବସର ପ୍ରାପ୍ତ କର୍ମଚାରୀଙ୍କ ବକେୟା ପ୍ରଦାନ ସମ୍ଭବ ହୋଇନାହିଁ। ବର୍ତ୍ତମାନ ସରକାରଙ୍କ ସହ ଏନେଇ ଆଲୋଚନା ହୋଇଛି ଏବଂ ଖୁବଶୀଘ୍ର ଏହାର ସମାଧାନ ହେବ ବୋଲି ସେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here