ଛତ୍ରପୁର (ନ୍ୟୁସ୍ କ୍ସ୍ ଟ୍ର।): ଡିଆରଡିଏ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଛତ୍ରପୁର ସ୍ଥିତ ଜିଲ୍ଲାପରିଷଦ ଭବନର ସମ୍ମିଳନୀ କକ୍ଷରେ ଜିଲ୍ଲପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରି ବିଭିନ୍ନ କାର୍ଯ୍ୟ ଅଧାହୋଇ ରହିଥିବା ଓ କେତେକ ଆଦୌ ଆରମ୍ଭ ନ ହୋଇ ଥିବାରୁ ଜିଲ୍ଲାପାଳ ଏଥିରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ବିଡ଼ିଓ ଓ ଯନ୍ତ୍ରୀଙ୍କ ଉପରେ ବିରକ୍ତି ପ୍ରକାଶ କରି ଆସନ୍ତା ୭ ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ଖିଲାପ କଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ସହ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ମାସକ ମଧ୍ୟରେ ହଷ୍ଟେଲଗୁଡିକର ନିର୍ମାଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ବିଳମ୍ବ ହେଲେ ବ୍ଲକ ସହକାରୀ ଯନ୍ତ୍ରୀମାନେ ଦାୟୀ ରହିବେ ବୋଲି ଜିଲ୍ଲାପାଳ କହିଛନ୍ତି । ଏହି ବୈଠକରେ ଡିଆରଡ଼ିଏ ପିଡି ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏପିଡ଼ି ଦେବବ୍ରତ ସାହୁ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ନିର୍ବାହୀଯନ୍ତ୍ରୀ ପ୍ରତାପ ମହାପାତ୍ରଙ୍କ ସମେତ ବିଡ଼ିଓ, ସରକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀମାନେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here