ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ବାଇଗଣ ମସଲ।

0
695

ଆବଶ୍ୟକୀୟ ସାମଗ୍ରୀ- ୨୦୦ ଗ୍ରାମ କଟା ବାଇଗଣ, ୧ କଟା ପିଆଜ, ୧ ଟେବୁଲ ସ୍ପୁନ ରିଫାଇନ ତେଲ, ୧ଚୁଟକି ଶୋରିଷ, ୧/୨ ପେଶା ହୋଇଥିବା ରଶୁଣ, ୧/୨ ଚାମଚ ପେଶା ପୋସ୍ତ ଦାନା, ୧ ଟେବୁଲ ସ୍ପୁଟ କୁଟା ଯାଇଥିବା ଗୁଡ, ୧/୨ ଚାମଚ ଲଙ୍କାଗୁଣ୍ଡ, ୧ ଚୁଟକି ହଳଦୀ ପାଉଡର, ୧/୨  ନଡିଆ ରସ, ୧/୨ ଚାମଚ ମୁଗ ଡାଲି, ୧/୮ ଚାମଚ ହେଙ୍ଗୁ, ୧/୨ ଧନିଆ ପାଉଡର, ୧/୨ ଇଂଚ ଡାଳଚିନି, ସ୍ୱ।ଦ୍ ଅନୁଜ।ଇ ଲୁଣ, ୧ମୁଠା କଟା ଧନିଆ ପତ୍ର ।

ପ୍ରନ।ଲି – ହାଲୁକା ଆଂଚରେ ତେଲ ଗରମ କରନ୍ତୁ । ମୁଗ ଡାଲି, ଶୋରିଷ, ହେଙ୍ଗୁ ଏବଂ ପିଆଜ ପକାଇ ଭାଜନ୍ତୁ । ଏହା ପରେ ପେଶା ଯାଇଥିବା ଅଦା ରଶୁଣ ପେଷ୍ଟ ପକାଇ ଭଲ ଭାବେ ଭାଜି ନିଅନ୍ତୁ । ମସଲା ପ୍ରସ୍ତୁତ ହେଲା ପରେ ଧନିଆ ପାଉଡର ଓ ଭାଇଗଣ ପକାନ୍ତୁ । ବାଇଗଣର ରଙ୍ଗ ପରିବର୍ତନ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏବେ ଘୋଡଣୀ ଦେଇ ଧିମା ଆଂଚରେ ଛାଡି ଦିଅନ୍ତୁ । ବାଇଗଣ ସିଝି ଗଲା ପରେ ପୋସ୍ତୋ ଦାନା ଏବଂ ଡାଳଚିନି ପକାଇ ଭଲ ଭାବରେ ମିଶାଇ ନିଅନ୍ତୁ । କିଛି ସମୟ ପରେ ଗୁଡ ଏବଂ ଲୁଣ ପକାନ୍ତୁ । ଏହା ପରେ ହଳଦୀ ପାଉଡର, ନଡିଆ ରସ, ଲଙ୍କା ଗୁଣ୍ଡ ପକାଇ କିଛି ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହାପରେ ୫ରୁ ୭ ମିନିଟ୍ ଢାଙ୍କୁଣି ଦେଇ ସିଝିବା ପାଇଁ ଛାଡି ଦିଅନ୍ତୁ । ତରକାରି ପ୍ରସ୍ତୁତ ହେବା ପରେ ଏକ ପାତ୍ରରେ ପରଷି ଧନିଆ ପତ୍ର ପକାଇ ଖଇବ।କୁ ଦିଅନ୍ତୁ ।

LEAVE A REPLY

Please enter your comment!
Please enter your name here