ସମାଜସେବୀ ବଟକୃଷ୍ଣଙ୍କ ପରଲୋକ

0
634

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ବ୍ରହ୍ମପୁର ସହରର ସମାଜସେବୀ ତଥା ପୁରାତନ ରୋଷେଇ କାରିଗର ବଟକୃଷ୍ଣ ପ୍ରତିନିଧିଙ୍କ ସ୍ଥାନୀୟ ପୁରୁଣା ବ୍ରହ୍ମପୁର ଆଇନବନ୍ଧ ସାହିସ୍ଥ ତାଙ୍କ ନିଜସ୍ୱ ବାସ ଭବନରେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କ ମର ଶରୀର ନିକଟରେ ତିନି ପୁଅ-ବୋହୁ, ଝିଅ ଜ୍ୱାଇଁ,ପରିବାରର ସମସ୍ତ ସଦସ୍ୟ,ବନ୍ଧୁ ବାନ୍ଧବ,ସାହି ପଡିଶା ସହ ନାତି ନାତୁଣୀ ଏବଂ ନାତୁଣୀ ଜ୍ୱାଇଁ ମଧ୍ୟ୍ୟ ଉପସ୍ଥିତ ଥିଲେ। ସହରର ନୀଳକଣ୍ଠେଶ୍ୱର ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ବ୍ରହ୍ମପୁର ସହରରେ ରୋଷେଇ କାରିଗର ଭାବେ ସେ ବେଶ ଲୋକପ୍ରିୟ ହୋଇଥିଲେ। ଏହା ସହ ସମାଜସେବା କ୍ଷେତ୍ରରେ ମଧ୍ୟ ଜଡିତ ଥିଲେ। ତାଙ୍କ ଦେହାନ୍ତର ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଏହି ଅମର ଯାତ୍ରାରେ ବ୍ରହ୍ମପୁର ସହରରର ବହୁ ଗଣମାଧ୍ୟ୍ୟମର ଭାଇ ମାନେ ଉପସ୍ଥିତ ରହି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here