କୋଦଳାରେ ଦକ୍ଷିଣାଞ୍ଚଳ ଡି.ଆଇ.ଜି ଓ ଏସ.ପି ; ସୁମଣ୍ଡଳ ଗୁଳିକାଣ୍ଡ ଘଟଣାର ସମୀକ୍ଷା

0
279

କୋଦଳା/ବେଗୁନିଆପଡା()ଆଜି ଦକ୍ଷିଣାଞ୍ଚଳ ଡିଆଇଜି ବ୍ରହ୍ମପୁର ଶ୍ରୀ ସତ୍ୟବ୍ରତ ଭୋଇ ଓ ଗଞ୍ଜାମ ଏସ.ପି ଶ୍ରୀ ବ୍ରିଜେଶ ରାୟ କୋଦଳା ଥାନା କୁ ଆସି ସୁମଣ୍ଡଳ ଠାରେ ଗୁଳିକାଣ୍ଡରେ ମୃତ୍ୟୁ ଘଟଣାର ତଦନ୍ତ ର ଅଗ୍ରଗତି ନେଇ ସମୀକ୍ଷା କରି କରିଛନ୍ତି । ଉକ୍ତ ଘଟଣାରେ କୋଦଳା ପୋଲିସ ତରଫରୁ ପର୍ଯ୍ୟାୟ କ୍ରମେ ଆଜି ସୁଦ୍ଧା କିଛି ଜଣଙ୍କୁ ଅଟକ ରଖି ପଚରାଉଚରା ଜାରୀ ରହିଛି | ଖୁବ ଶୀଘ୍ର ଅପରାଧୀ ଧରାପଡ଼ିବେ ବୋଲି ଥାନା ସୂତ୍ରରୁ ଖବର ମିଳିଛି । ପ୍ରକାଶ ଥାଉ କି ଗତ ୨୦ ତାରିଖ ବୁଧବାର ଦିନ ସକାଳ 8ଟା ସମୟରେ ସୁମଣ୍ଡଳ ବଜାର ଉପରେ ଥିବା ଏକ ଚା’ଦୋକାନ ସମ୍ମୁଖରେ ପୂର୍ବତନ ବେଗୁନିଆପଡ଼ା ବ୍ଲକ ଅଧ୍ୟକ୍ଷ ତଥା ବିଜେଡି ନେତା ଦେବରାଜ ସାହୁଙ୍କୁ ଦୁର୍ବୁତ୍ତ ମାନେ ଅତି ନିକଟରୁ ଗୁଳିକରି ହତ୍ୟା କରିଥିଲେ ।

LEAVE A REPLY

Please enter your comment!
Please enter your name here