ପ୍ରେମ ନିଶାରେ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

0
636

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବ୍ରହ୍ମପୁର ନିକଟସ୍ଥ ସୁକୁଣ୍ଡା ସ୍ଥିତ ମଶାଣି ପଦର ସାହିରେ ଯୋଜନା ବଦ୍ଧ ଭାବେ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ। ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ ଉକ୍ତ ଗ୍ରାମର ପ୍ରଫୁଲ ସାହୁ (୩୩)ବୋଲି ଜଣାପଡିଛି। ପ୍ରେମ ସମ୍ପର୍କ କୁ ନେଇ ଏଭଳି ଘଟଣା ଘଟିଥିବା ଜଣାପଡିଛି। ସ୍ତ୍ରୀ ମିତା ସାହୁ ଗତ କାଲି ରାତିରେ ତାଙ୍କ ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉକ୍ତ ପ୍ରେମିକ ଜଣକ ଗତ୨ ମାସ ଧରି ପ୍ରଫୁଲ ଙ୍କ ଘରକୁ ଆସୁଥିଲେ ବୋଲି ସୂଚନା ଦେଇଛନ୍ତି ଗ୍ରାମବାସୀ । ତେବେ ପ୍ରେମ କାହାଣୀ ପଦାରେ ପଡିବାରୁ ପ୍ରଫୁଲ ଙ୍କୁ ତାଙ୍କ ସ୍ତ୍ରୀ ଓ ତାର ପ୍ରେମିକ ମିଶି ଏଭଳି ହତ୍ୟା କରିଥିବା ଗ୍ରାମ ବାସୀ ସନ୍ଦେହ କରିଛନ୍ତି। ସଦର ଥାନା ପୋଲିସ ଏହି ଘଟଣାର ତଦନ୍ତ କରୁଛି।ସୂଚନା ଥାଉ କି ଗତ୮ ବର୍ଷ ପୂର୍ବେ ପ୍ରଫୁଲ ସାହୁ ହୁଗୁଳା ପଟ୍ଟା ଗ୍ରାମର ମିତା ସାହୁ ଙ୍କୁ ବିବାହ କରିଥିଲେ। । ତେବେ ବର୍ତ୍ତମାନ ସୁଦ୍ଧା ଶବ ବ୍ୟବଛେଦ ହୋଇନଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here