ଘୁ, ଉଦୟଗିରି ଡୁଗୁଡ଼ି ଠାରେ ଅଟୋ ଓ ବୋଲେରୋ ମୁହାଁମୁହିଁ ଧକ୍କାରେ ଜଣେ ମୃତ

0
561

କନ୍ଧମାଳ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ଆଜି କନ୍ଧମାଳ ଜ଼ିଲ୍ଲା ଘୁ.ଉଦୟଗିରି ଡୁଗୁଡ଼ି ଠାରେ ଅଟୋ ଓ ବୋଲେରୋ ମୁହାଁମୁହିଁ ଧକ୍କାରେ ଏହି ମର୍ମାହତ ସଡ଼କ ଦୁର୍ଘଟଣାରେ. ଜଣକର ମୃତ୍ୟୁ ଘଟିଥିବା ବେଳେ ଆଉ ତିନିଜଣଙ୍କର ଗୁରୁତର ଆହତ ହେଇଥିବା ଦେଖିବାକୁ ମିଳିଛି, ଆଉ ମୃତ ବ୍ୟକ୍ତି ଜଣକ ରାଇକିଆ ବ୍ଲକ ପେଟାପାଙ୍ଗା ଗ୍ରାମ ପଂଚାୟତ, ଆଡାସକୁପା ଗ୍ରାମର -କିଶୋର ପ୍ରଧାନ (୩୫) ହୋଇ ଥିବା ବେଳେ ଆହତ ମାନେ ହେଲେ ସାଗରୀକା ମଲିକ (୨୧) ଏବଂ ଅନ୍ୟ ଦୁଇ ଜଣକୁ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରାଯାଇ ଥିବା, ଘୁ.ଉଦୟଗିରି ପୁଲିସ ସୂଚନା ଦେଇଛି ପ୍ରତ୍ୟେକ ଦର୍ଶୀଙ୍କ କହିବା ମୁତାବକ OD-12C-2626 ନମ୍ବର ବୋଲେରୋ କଳିଂଗିଆ ଠାରୁ ଘୁ.ଉଦୟଗିରି ଅଭିମୁଖେ ଆସୁଥିବା ସମୟରେ OD-07F-1798 ନମ୍ବର ଅଟୋ ଯାତ୍ରୀଙ୍କୁ ନେଇ ଘୁ. ଉଦୟଗିରିରୁ କଳିଂଗିଆ ଅଭିମୁଖେ ଯାଉଥିଲା, ଏତିକି ବେଳେ ଡୁଗୁଡି ଠାରେ ବୋଲେରୋ ଦ୍ରୁତ ଗତିରେ ଆସି ଅଟୋକୁ ସାମନା ପଟୁ ଧୋକା ଦେଇଥିଲା, ସେହି ଘଟଣା ସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଦ୍ଵାରା ମୃତ ଦେହ ଏବଂ ଗୁରୁତର ଆହତଙ୍କୁ ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିସ୍ଛା ହେଉଥିବା ଘୁ.ଉଦୟଗିରି ପୁଲିସ ସୂଚନା ଦେବା ସହ ଘଟଣାର ତଦନ୍ତ ଚଳାଇଛି,

LEAVE A REPLY

Please enter your comment!
Please enter your name here