ଗଞ୍ଜାମ ଓକିଲ ସଂଘ କ୍ରିକେଟ ଟିମର ଭୁବନେଶ୍ୱର ଯାତ୍ରା

0
614

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ ପ୍ରଣୟ ପଣ୍ଡା ) : ଆଜି ଗଞ୍ଜାମ ଓକିଲ ସଂଘର ସଦସ୍ୟମାନଙ୍କ ବିଜୟର ଶୁଭକାମନା ଓ ଶୁବେତ୍ସା ବାର୍ତ୍ତା ସହ ଓକିଲ ସଂଘ କ୍ରିକେଟ ଟିମ ଭୁବନେଶ୍ୱର ଯାତ୍ରା କରିଛନ୍ତି । ଓଡ଼ିଶାର ୮ଟି ଟିମ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି । ଚଳିତ ମାସ ୧୮ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିବା ବେଳେ ୨୩ ରେ ଫାଇନାଲ ମ୍ୟାଚ ହେବ ଓ ୨୦ -୨୦ ମ୍ୟାଚ ହେବ । ଭୁବନେଶ୍ୱର ବି.ଜେ.ପି ପଡ଼ିଆଠାରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ଗଞ୍ଜାମ ଓକିଲ ସଂଘ ପକ୍ଷରୁ ଯୁବ ଆଇନଜୀବି ଦୀପଙ୍କର ମହାନ୍ତି କ୍ୟାପଟେନ ଭାବେ ମନୋନୀତ ହୋଇଛନ୍ତି । ଆଜି ଦୁଇଟା ବେଳେ ଗଞ୍ଜାମ ଟିମ ତାର ଖେଳ ପ୍ରଦର୍ଶନ କରିବ । ଖେଳାଳି ଟିମ ଭୁବନେଶ୍ୱର ଅଭିମୁଖେ ଗମନ ଆରମ୍ଭ କରିବା ସମୟରେ ବହୁ ସଂଖ୍ୟକ ଓକିଲ ଶୁଭକାମନା ଜଣାଇବା ପାଇଁ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here