ପୋଲସରାରେ “ମୋ କଲେଜ” ଅଭିଯାନ କାର୍ଯ୍ୟକ୍ରମରେ ବିଧାୟକ

0
298

ପୋଲସରା( ନ୍ୟୁଜ ଏକ୍ସଟ୍ରା) ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱରା ଭିଡିଓ କନଫରେନ୍ସି ମାଧ୍ୟମରେ ମାର୍ଚ୍ଚ ୨୧ ତାରିଖ ଦିନ ” ମୋ କଲେଜ” ଅଭିଯାନର ଶୁଭାରମ୍ଭ ସହ ପୋର୍ଟାଲ ଉନ୍ମୋଚନ କାର୍ଯ୍ୟକ୍ରମ ଉଦଘାଟନ ଅବସରରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ ସାମ୍ବାଦିକ ମାନଙ୍କ ସହ ଅଂଶ ଗ୍ରହଣ କରିଥିଲେ। ” ମୋ ସ୍କୁଲ ” ଅଭିଯାନରେ ସଫଳତା ମିଳିବା ପରେ “ମୋ କଲେଜ” ଅଭିଯାନ ଆରମ୍ଭ କରି ଓଡ଼ିଶାର ସମସ୍ତ ସରକାରୀ ଓ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଓ ସମସ୍ତ ବିଶ୍ୱବିଦ୍ୟାଳୟର ଉନ୍ନତି ହୋଇପାରିବ ବୋଲି ସରକାର ଆଶା କରିଛନ୍ତି। ପୋଲସରାରେ ମଧ୍ୟ ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼.ଦିବାକର ମିଶ୍ରଙ୍କ ତତ୍ତ୍ୱାବଧାନରେ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀସାହୁ ଯୋଗ ଦେଇଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ସାହୁ ମହାବିଦ୍ୟାଳୟର ଅଧ୍ୟୟନ ରତ ଓ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସରକାରଙ୍କ ଏହି ସ୍ୱାଗତଯୋଗ୍ୟ ପଦକ୍ଷେପ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ବିକାଶ ସହ କଲେଜର ମଧ୍ୟ ଉନ୍ନତି ହୋଇପାରିବ ବୋଲି ପ୍ରକାଶ କରିଥିଲେ।

ରିପୋର୍ଟ : ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here