ବିଶିଷ୍ଠ ଶିକ୍ଷାବିତ ତାରାପ୍ରସାଦ ମହାପାତ୍ରଙ୍କ ପରଲୋକ

0
575

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବିଶିଷ୍ଠ ଶିକ୍ଷାବିତ ତଥା ଖଲ୍ଲିକୋଟର ରାମଚନ୍ଦ୍ର ମର୍ଦରାଜ କଲେଜର ପୂର୍ବତନ ଅଧ୍ୟକ୍ଷ, ଵ୍ରହ୍ମପୁର ସିଟି କକେଜ ଏବଂ ଗୁଣୁପୁର ମହାବିଦ୍ୟାଳୟ ର ଅଧ୍ୟକ୍ଷ ତାରାପ୍ରସାଦ ମହାପାତ୍ରଙ୍କ ଆଜି ସ୍ତାନୀୟ ଗଜପତିନଗର ତୃତୀୟ ଗଳି ତାଙ୍କ ବାସଭବନରେ ପରଲୋକ ଘଟିଛି ।ସୋମବାର ଭୋର ୫ ଟା ସମୟରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କ ମର ଶରୀର ନିକଟରେ ପୁତ୍ର ସୁଧାଂଶୁ ମହାପାତ୍ର , ଜଗନମୋହନ ମହାପାତ୍ର, ଅଖିଳ ମୋହନ ମହାପାତ୍ର, ନିଖିଳ ମୋହନ ମହାପାତ୍ର, ପ୍ରୀତି ମୋହନ ମହାପାତ୍ରଙ୍କ ସମେତ ପୁତ୍ରବଧୁ ମାନେ ଉପସ୍ଥିତ ଥିଲେ । ସ୍ବର୍ଗତ ତାରାପ୍ରସାଦ ମହାପାତ୍ର ଜଣେ ବିସିଷ୍ଟ ଶିକ୍ଷାବିତ ହେବା ସହ ଜଣେ ମିଷ୍ଟଭାସି, ସଚୋଟ, ବିଦ୍ୱାନ ଏବଂ ପରୋପକାରୀ ମେଲାପି ବ୍ୟକ୍ତିତ୍ୱଥିଲେ । ସେ ବିଦ୍ୱାନ ତଥା ଜୋତିସ ବିଶାରଦ ବାଇକୋଳି ମହାପାତ୍ରଙ୍କ ଶୁପୁତ୍ର ଥିଲେ । ଏକାଧାରରେ ସ୍ବର୍ଗତ ତାରାପ୍ରସାଦ ମହାପାତ୍ର ବାଇକୋଳି ସାଂସ୍କୃତିକ ପରିଷଦର ଉପାଧକ୍ଷ, ଗଜପରିନଗର ଉର୍ଣ୍ଣାୟନ କମିଟିର ଉପଦେଷ୍ଟା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସ୍ବର୍ଗତ ତାରାପ୍ରସାଦଙ୍କ ମୃତ୍ୟୁ ଖବର ପ୍ରଚାର ହେବା କ୍ଷଣି ତାଙ୍କ ଅନ୍ତିମ ଦର୍ଶନ ନିମନ୍ତେ ବିଧାୟକ ବିକ୍ରମ ପଣ୍ଡା ସମେତ ସହରର ବହୁ ମାନ୍ୟଗଣ ବ୍ୟକ୍ତି ଏବଂ ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here