ଶ୍ରୀ ଅରବିନ୍ଦ ପବିତ୍ର ଦେହାଂଶ ପ୍ରତିଷ୍ଠା ର ଦଶମ ଓ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଷ୍ଟାଦଶ ତମ ବାର୍ଷିକ ଉତ୍ସବ

0
571

ବେଗୁନିଆପଡ଼ା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ମା ନୂଆପଲ୍ଲି ଗ୍ରାମ ସ୍ଥିତ ଶ୍ରୀ ଅରବିନ୍ଦ ପବିତ୍ର ଦେହାଂଶ ପ୍ରତିଷ୍ଠା ର ଦଶମ ଓ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଷ୍ଟାଦଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଲଲାଟେନ୍ଦୁ ସାମନ୍ତ ମୁଖ୍ୟ ବକ୍ତା ଭାବେ ଶ୍ରୀ ଭାଗିରଥି ମହାପାତ୍ର ସମ୍ମାନିତ ଅତିଥି ଭାବେ ଶ୍ରୀ ଶଶଧର ବେହେରା, ଶ୍ରୀମତୀ ପ୍ରମିତା ଦାସ, ଶ୍ରୀମତୀ ସସ୍ମିତା ପାଢ଼ୀ ଓ କମଳା ଅପା ଯୋଗ ଦେଇ ଶ୍ରୀ ଅରବିନ୍ଦଙ୍କ ଅତିମାନସ ଶକ୍ତିକୁ ଧରା ପୁଷ୍ଟରେ ଅବତରଣ କରାଇବା ପାଇଁ ଶ୍ରୀ ଅରବିନ୍ଦ ଙ୍କ ଯୋଗରେ ଅନୁପ୍ରାଣିତ ହୋଇ ଏହି ଶିକ୍ଷା କେନ୍ଦ୍ରରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ ହିଁ ଏକ ମାତ୍ର ମାଧ୍ୟମ ହେବେ । ବିଶିଷ୍ଟ ସାଧକ ଭାଗିରଥି ମହାପାତ୍ର କହିଥିଲେ ଯେ ଜୀବନରେ ଯଦି କିଛି ଅସୁବିଧା ଦେଖାଦିଏ ତେବେ ସଙ୍ଗେ ସଙ୍ଗେ ମା ନାମ ଜପ କରିବା । ସାଧକ ଶଶଧର ବେହେରା ଶ୍ରୀ ଅରବିନ୍ଦ ଙ୍କ ମା ବହି ଉପରେ ବିଶେଷ ଆଲୋଚନା କରିଥିଲେ।ସାଧକ ଲଲାଟେନ୍ଦୁ ସାମନ୍ତ ଆଜିର ଯୁଗରେ ପୂର୍ଣ୍ଣାଙ୍ଗ ଶିକ୍ଷାର ଆବଶ୍ୟକତା କେତେ ରହିଛି ସେ ଉପରେ ଆଲୋକ ପାତ କରିଥିଲେ।କମଳା ଅପା ମାତୃ ସଙ୍ଗୀତ ଗାନ କରିଥିବା ବେଳେ । ପ୍ରମିତା ଅପା ଓ ସସ୍ମିତା ଅପା ମା ନାମ ଜପ ଦ୍ୱାରା ଜୀବନରେ କେମିତି ସମସ୍ୟାର ସମାଧାନ କରିହୁଏ ତାରି ଉପରେ ଗପ ମାଧ୍ୟମରେ ଆଲୋକପାତ କରିଥିଲେ।ପରି ଶେଷରେ ଅନୁଷ୍ଠାନ ର ପ୍ରତିଷ୍ଠାତା ଶିକ୍ଷକ ପଦ୍ମଚରଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ୱିତୀୟ ଅଧିବେଶନ ରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଶାରୀରିକ କ୍ରୀଡା କୌଶଳ ପ୍ରଦର୍ଶନ ଏବଂ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here