ବାଇକ ଅଟୋ ମୁହାଁମୁହିଁ ଧକ୍କା, ଜଣେ ମୃତ, ତିନି ଗୁରୁତର

0
310

ମୋହନା(ନ୍ୟୁଜଏକ୍ସଟ୍ରା) ଅଡବା ଥାନା ଝିଲିକି ନିକଟ ଅନ୍ଧାରି ଘାଟିରେ ରବିବାର ବାଇକ ସହ ଯାତ୍ରୀ ବାହି ଅଟୋ ମୁହାଁମୁହିଁ ଧକ୍କା ହୋଇଛି, ଉକ୍ତ ଦୁର୍ଘଟଣା ରେ ଜଣଙ୍କ ର ମୃତ୍ୟୁ ହୋଇଥିବା ବେଳେ ,ତିନି ଜଣ ଗୁରୁତର ଆହାତ ହୋଇଛନ୍ତି l ଆହାତ ମାନଙ୍କୁ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିଛା କରିବା ପରେ ଗୁରୁତର ହେବାରୁ ବ୍ରହ୍ମପୁର ବଡ ମେଡିକାଲ ପଠାଯାଇଛି । ମୃତକ ହେଲେ ଅଡବା ଥାନା ଅନ୍ତର୍ଗତ ସିମିଳି ଗ୍ରାମର କେଶବ ମଲ୍ଲିକ । ସୂଚନା ପ୍ରକାରେ କେଶବ ମଲିକ ଓ ମଧୁସୂଦନ ମଳିକ ନିଜ ବଡ ମା ଘରକୁ ଅଡବା ରୁ ଦମାଦୁଆ ବାଇକ ଯୋଗେ ଯାଉଥିଲେ l ଅପର ପାର୍ଶ୍ୱରୁ ଏକ ଯାତ୍ରୀ ବାହି ଅଟୋ ସହ ତାଙ୍କ ର ମୁହାଁମୁହିଁ ଧକ୍କା ହୋଇଥିଲା, ଘଟଣା ସ୍ଥଳରେ ବାଇକ ରେ ବସିଥିବା କେଶବ ଙ୍କ ମୃତୁ ହୋଇଥିବା ବେଳେ ମଧୁସୂଦନ ସମେତ ଅଟୋରେ ବସିଥିବା ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଥିଲେ, ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିବା ସହିତ ମୋହନା ମେଡିକାଲ କୁ ପହଞ୍ଚାଇଥିଲା l ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ଅଡବା ପୋଲିସ ତଦନ୍ତ ଜାରି ରଖିଛି, ଅନ୍ୟପଟେ ମୃତଦେହ ବ୍ୟବଛେଦ ପାଇଁ ବ୍ରହ୍ମପୁର mkcg ପଠାଯାଇଛି l

ରିପୋର୍ଟର- ପି ସଞୀବ ରାଓ

LEAVE A REPLY

Please enter your comment!
Please enter your name here