ନେତାଜୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣା, ଟିମ କ୍ଳିନ ସିଟି ପକ୍ଷରୁ ପୁନଃ ନୂତନ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ କରିବେ ଶାନ୍ତିପୂର୍ଣ ପ୍ରତିବାଦ

0
228

ବ୍ରହ୍ମପୁର: ଆଜି ବ୍ରହ୍ମପୁରରେ ଥିବା ପିଭିଏନ ପେଟ୍ରୋଲ ପମ୍ପ ଛକରେ ଥିବା ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତୀ ଦୁର୍ଘଟଣା ବଶତଃ ଭାଙ୍ଗି ଯାଇଥିଲା। ତେଣୁ ବ୍ରହ୍ମପୁରର ବିଭିନ୍ନ ସଂଗଠନ,ବୁଦ୍ଧିଜୀବୀ,ଏହାର ପ୍ରତିବାଦ କରିବା ସହ ତୁରନ୍ତ ଏକ ଭବ୍ୟ ପ୍ରତିମୁର୍ତୀ ସ୍ଥାପନ ନିମନ୍ତେ ଦାବି କରିଛନ୍ତି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁରର ଅଗ୍ରୀଣ ସ୍ବେଛାସେବୀ ସଂଗଠନ ଟିମ କ୍ଳିନ ସିଟି ପକ୍ଷରୁ ମଧ୍ୟ ତୁରନ୍ତ ଏକ ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ଥାପିତ କରିବା ନିମନ୍ତେ ଆଗଭର ଦେଖାଇଛନ୍ତି।ଏବଂ ନେତାଜୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଥିବା କୋଲେଜ ପକ୍ଷରୁ ତୁରନ୍ତ ଭବ୍ୟ ମୂର୍ତ୍ତୀ ନିର୍ମାଣ ସହ ନୂତନ ପ୍ରତିମୂର୍ତି ସ୍ଥାପନ ଦାବିରେ ଆସନ୍ତା ରବିବାର ଦିନ ଶାନ୍ତିପୂର୍ଣ ଭାବରେ ନୀରବ ପ୍ରତିବାଦ ନିମନ୍ତେ ଟିମର ସମସ୍ତ ସଦସ୍ୟ ନିସ୍ପତି ନେଇଛନ୍ତି। ଓ ଯେଉଁ କୋଲେଜ ବସ ଦ୍ଵାରା ଏହି ଦୁର୍ଘଟଣା ଘଟାଇ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିଟି ଭାଙ୍ଗି ଯାଇଛି ସେହି କୋଲେଜ ତୁରନ୍ତ ଉକ୍ତ ସ୍ଥାନରେ ଏକ ଭବ୍ୟ ମୂର୍ତ୍ତୀ ନିର୍ମାଣ ନିମନ୍ତେ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବା ନିମନ୍ତେ ଆଲୋଚନା କରିଛନ୍ତି। ଏବଂ ଆଗାମୀ ଦିନରେ ଯଦି ଏହା ସମାଧାନ ନହୁଏ ପ୍ରଶାସନ ସହ ଆଲୋଚନା ନିମନ୍ତେ ସ୍ଥିର କରିଛନ୍ତି।

LEAVE A REPLY

Please enter your comment!
Please enter your name here