ମା ଟିପିରାଣୀ ଭଗବତୀ ରାଜ୍ୟ ସ୍ଥରୀୟ ଭଲିବଲ ଟୁରନାମେଣ୍ଟ ଉଦଘାଟିତ

0
339

ବ୍ରହ୍ମପୁର:ଗଂଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଆରୁଆପଲ୍ଲୀ ଗ୍ରାମ ରେ ରାଜ୍ୟ ସ୍ଥରୀୟ ଭଲିବଲ ଟୁରନାମେଣ୍ଟ ଉଦ୍ଘାଟିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଚେୟାରମ୍ୟାନ ସି .ହେଚ. ଉଷାରଣୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳିବା ଦ୍ୱାରା ଦେହ ଓ ମନ ଭଲ ରହେ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ବାସନ୍ତୀ ମହାରଣା, ରଂଗୀପୁର ସରପଞ୍ଚ ରଶ୍ମିତା ପଟ୍ଟନାୟକ, ସି ହେଚ ନରେଶ, ଆୟୋଜକ ସମ୍ପାଦକ ବିନୋଦ ମହାଙ୍କୁଡ଼ ,ପିଇଓ ନିରଞ୍ଜନ ଖାଡଙ୍ଗା,ପ୍ରଫୁଲ୍ଲ ମହାରଣା ମଂଚାସିନ ଥିଲେ । ଉଦ୍ଘାଟନୀ ସଭା କୁ ଶାନ୍ତନୁ କୁମାର ରଣା ସଭାପତିତ୍ୱ କରିଥିବା ବେଳେ ଶିଶିର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ମ୍ୟାଚ ରେଫରି ଭାବେ ଗୋବିନ୍ଦ କୁମାର ଓ ଉଦଘୋଷକ ଭାବେ ମଣ୍ଟୁ କୁମାର କାର୍ଯ୍ୟ ସମ୍ପାଦନ କରୁଛନ୍ତି।ଏଥିରେ 16ଗୋଟି ଦଳ ଭାଗ ନେବେ ବୋଲି ମା ଟିପିରାଣୀ ସ୍ପୋର୍ଟିଂ କ୍ଲବ ପକ୍ଷରୁ କୁହାଯାଇଛି।ଧର୍ମେନ୍ଦ୍ର ବେହେରା,ଜଗନ୍ନାଥ ରାଉତ,ନିରାକାର ମହାରଣା,ସନ୍ତୋଷ ପଟ୍ଟନାୟକ,ଚକ୍ରପାଣି ଦାସ, ଅର୍ଜୁନ ଦାସ,ବିଜୟ ବେହେରା ଓ ଲକ୍ଷ୍ମୀ ନାରାୟଣ ସାହୁ ଙ୍କ ସମେତ ବହୁ ଗ୍ରାମବାସୀ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here