ହିନ୍ଦ ମଜଦୂର ସଭାର ୭୩ତମ ପ୍ରତିଷ୍ଠା ପାଳିତ

0
273

ବ୍ରହ୍ମପୁର() ଭାରତର ଅଗ୍ରଣୀ କେନ୍ଦ୍ରୀୟ ଶ୍ରମିକ ସଂଗଠନ ହିନ୍ଦ ମଜଦୂର ସଭାର ୭୩ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ନବୀନ ଭବନଠାରେ ଜିଲ୍ଲା ସଂଯୋଜକ ସତ୍ୟନାରାୟଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ପରିସ୍ଥିତିରେ ହିନ୍ଦ ମଜଦୂର ସଭା ଶ୍ରମିକ ମାନଙ୍କ ସହ ରହି ସେମାନଙ୍କ ପାଇଁ ଲଢ଼େଇ କରୁଥିବାରୁ ବିଭିନ୍ନ ସରକାରୀ ବେସରକାରୀ କଳ କାରଖାନା ଓ କାର୍ଯ୍ୟାଳୟରେ ନିଜର ସ୍ଥାନ ବଜାୟ ରଖିପାରିଛି ସେ ବିଷୟରେ କହିବା ସହ ଦୀର୍ଘ ୭୩ବର୍ଷର ଇତିହାସ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରମିକ ନେତା ରବି ରଥ ଯୋଗଦେଇ ଶ୍ରମିକମାନଙ୍କ ଅଧିକାରକୁ କେନ୍ଦ୍ର ସରକାର କିପରି ଭାବେ ଛଡାଇ ନେବାକୁ ବସିଛନ୍ତି ବଡ ବଡ ଶିଳ୍ପପତିମାନଙ୍କୁ ସୁହାଇଲା ଭଳି ଆଇନ ଆଣି ଶ୍ରମ ଆଇନକୁ ସଙ୍କୁଚିତ କରି ହିଟଲର ଶାସନକୁ ଆମ ଦେଶରେ ପ୍ରଚଳନ କରିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କପିଳ ମହାନ୍ତି, ସୁଶାନ୍ତ କର, କୃଷ୍ଣଚନ୍ଦ୍ର ପାଳ, ମସିହାଖାଲି ସମିତି ସଭ୍ୟ ନରସିଂହ ସାହୁ, ସନ୍ଦେଶ ଦାସ, ପବିତ୍ର ଚୌଧୁରୀ, ମାନସ ତ୍ରିପାଠୀଙ୍କ ସହ ଅନେକ ନିର୍ମାଣ ଓ ଅସଙ୍ଗଠିତ ଶ୍ରମିକ ଯୋଗଦେଇଥିଲେ । ଶେଷରେ ଆଇନଜୀବୀ ଅଜିତ ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here