କର୍ମେ ଯିଏ ନର କର୍ମ ଏକାତାର ଜୀବନର ମାନଦଣ୍ଡ

0
280

ପୋଲସରା : ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସ ନିଜ କବିତାରେ ଲେଖିଥିଲେ, ” ମାନବ ଜୀବନ ନୁହଇ କେବଳ ବର୍ଷ, ମାସ, ଦିନ, ଦଣ୍ଡ, କର୍ମେ ଯିଏ ନର କର୍ମ ଏକାତାର ଜୀବନର ମାନଦଣ୍ଡ”। “ଭାଗବତ ଗୀତାର ତୃତୀୟ ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣ, ଅର୍ଜୁନଙ୍କୁ କର୍ମର ମାହାତ୍ମ୍ୟ ଓ ନିଷ୍କାମ କର୍ମର ପ୍ରେରଣା ଦେଇଛନ୍ତି”। ଯେଉଁ ବ୍ୟକ୍ତି ଯେଉଁ କ୍ଷେତ୍ରରେ ଅଛନ୍ତି, ସେହି କ୍ଷେତ୍ରରେ ଉତ୍ତମ କର୍ମ କରିବା ହେଉଛି ଧର୍ମ। ନିଜର ଉତ୍ତମ କର୍ମ ପାଇଁ ସୁଫଳ ମିଳିଥାଏ। ଏହା ପ୍ରମାଣିତ କରିଛି ଓଡ଼ିଶାର ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ କ୍ଷେତ୍ରରେ। ରାଜନୀତିରେ ଜନସମ୍ପର୍କ ଓ ଜନସେବା ହେଉଛି ପ୍ରଥମ କର୍ମ। ଯେଉଁ ନେତା ଦଳ, ମତ ନିର୍ବିଶେଷରେ ବିପତ୍ତି ସମୟରେ ଲୋକଙ୍କ ନିକଟରେ ପହଞ୍ଚି ସମବେଦନା ଜାଣଇ ସହଯୋଗ କରିପାରୁଛନ୍ତି ସେହି ହିଁ ପ୍ରକୃତ ନେତା। ରାଜନୀତିରେ ପାଦ ଦେବା ଦିନଠାରୁ ଜନସେବାକୁ ମନ୍ତ୍ରୀ ଶ୍ରୀ ସାହୁ ପାଥେୟ କରିଛନ୍ତି। ସରପଞ୍ଚ ଥିବା ସମୟରୁ ନିଜ ଗ୍ରାମରେ ଏକ ଜରାଶ୍ରମ ସ୍ଥାପନ କରି ନିଃସହାୟ ବ୍ୟକ୍ତିଙ୍କ ସେବା କରିଆସୁଛି। ବର୍ତ୍ତମାନ ତାଙ୍କ ସହଯୋଗ ରର ସ୍ଥାପିତ ହାତୀଓଟ ଜରାଶ୍ରମରେ ୪୦ ଜଣରୁ ଉର୍ଦ୍ଧ୍ବ ଅନ୍ତେବାସୀ ଶାନ୍ତିରେ ରହିଛନ୍ତି। ନିକଟରେ ସଡକ ଦୁର୍ଘଟଣାରେ ପୋଲସରା ବ୍ଲକର ଜକର ଗ୍ରାମର କୁନି ନାହାକ ମୃତ୍ୟୁ ବରଣ କରିଥିଲେ। ଶ୍ରମ ମନ୍ତ୍ରୀ ମୃତକଙ୍କ ପରିବାର ନିକଟକୁ ଯାଇ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିପରି ପୋଲସରା ବ୍ଲକର ନିମିନା ଗ୍ରାମର ଅଭିମନ୍ୟୁ ସାହୁଙ୍କ ଅକାଳ ମୃତ୍ୟୁ ଖବର ଜାଣିବା ପରେ ମନ୍ତ୍ରୀ ଶ୍ରୀ ସାହୁ ମୃତକଙ୍କ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇଥିଲେ। ବୁଗୁଡା ବ୍ଲକର ଗୋଲିଆ ଗ୍ରାମରେ ତିନି ପରିବାରଙ୍କ ଘରପୋଡି ଖବର ଜାଣିବା ପରେ ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ କ୍ଷତିଗ୍ରସ୍ତ ପରିବାର ନିକଟରେ ପହଞ୍ଚି ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିବା ସହ lସରକାରୀ ସହାୟତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ନିଜ ନିର୍ବାଚନ ମଣ୍ଡଳୀରେ ଥିବା ସମୟରେ ସେ ନିଶ୍ଚିତ ଭାବେ ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କ ସମସ୍ୟା ବିଷୟ ନେଇ ଆଲୋଚନା କରିବା ସହ ପଦକ୍ଷେପ ଗ୍ରହଣ କରିଥାନ୍ତି। ମନ୍ତ୍ରୀ ବୋଲି ନାହିଁ ଅହଂକାର ବା ଗର୍ବ। ସାଧାରଣ ଲୋକଙ୍କ ଭଳି ସମସ୍ତଙ୍କ ସହ ୱାର୍ଡ ସଭ୍ୟଙ୍କ ପ୍ରକାରେ ଜନାସାଧାରଣଙ୍କୁ ଭେଟି ଆଲୋଚନା କରିଥାନ୍ତୁ। ବୁଗୁଡା ବ୍ଲକର ବରିଷ୍ଠ ରାଜନେତା ରେବତୀ ମୋହନ ନାୟକ ଓ ଇ.ମଦନ ଗୋପାଳ ଦୋରା ସ୍ୱୀକାର କରିଛନ୍ତି ଯେ ସେମାନଙ୍କ ଦୀର୍ଘ ରାଜନୈତିକ ଜୀବନ ମଧ୍ୟରେ ଶ୍ରୀକାନ୍ତ ସାହୁଙ୍କ ଭଳି ବିଭିନ୍ନ ଗ୍ରାମ ବୁଲି ଲୋକଙ୍କ ସହ ସମ୍ପର୍କ ରଖୁଥିବା ବିଧାୟକ ଆମେ ପୂର୍ବରୁ ଦେଖିନାହୁଁ। ଜନସମ୍ପର୍କରେ ରଖୁଥିବା ବିଧାୟକମାନଙ୍କ ମଧ୍ୟରେ ବୋଧହୁଏ ଶ୍ରୀକାନ୍ତ ସାହୁ ଓଡ଼ିଶାରେ ପ୍ରଥମ ହୋଇପାରନ୍ତି। କର୍ମ ଅନୁଯାୟୀ ଫଳ ସ୍ୱରୂପ ଶ୍ରୀକାନ୍ତ ସାହୁ ସମସ୍ତଙ୍କୁ ପଛରେ ପକାଇ ମନ୍ତ୍ରୀ ହୋଇପାରିଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here