ଗେଟ ବଜାର ଟ୍ରାଫିକ ସମସ୍ୟା ନେଇ ସହର ତଳି ଅଞ୍ଚଳ କ୍ରିୟାନୁଷ୍ଠାନ କମିଟିର ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ସହ ଆଲୋଚନା

0
358

ବ୍ରହ୍ମପୁର: ବ୍ରହ୍ମପୁର ମହାନଗରରେ ଲାଗି ରହିଥିବା ଟ୍ରାଫିକ ସମସ୍ୟା ବିଶେଷ କରି ଗେଟ ବଜାରରେ ନିୟମିତ ଲାଗି ରହୁଥିବା ଟ୍ରାଫିକ ସମସ୍ୟା ତଦ୍ ଜନିତ ପ୍ରତିଦିନ ଜନସାଧାରଣ ଭୋଗୁଥିବା ଅସୁବିଧା ନେଇ ଆଜି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ମଣ୍ଡଳୀ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ. ଶ୍ରବଣ ଏମ୍ ବିବେକଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହ ଏହାର ସମାଧାନ ନିମନ୍ତେ ଦୃଷ୍ଟି ଆକର୍ଷଣ କରିଥିଲେ। ଗେଟ ବଜାର ଟ୍ରାଫିକ ସମସ୍ୟାକୁ ଏଡାଇବା ସକାଶେ ସହର ତଳି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଲୋଚାପଡା ପଟରୁ ଯାଉଥିବା ଲୋକଙ୍କୁ ଗେଟ ବଜାର ଛକ ଏବଂ ସହର ପଟୁ ଆସୁଥିବା ବ୍ୟକ୍ତି ରମ୍ପା ସାହି ମଧ୍ୟ ଦେଇ ଲୋଚାପଡା ସ୍ଥିଥ ରେଡିଓ ଷ୍ଟେସନ ନିକଟକୁ ଯେପରି ବାହାରିବେ ସେହିଭଳି ୱାନ ୱେ ( ଏକ ପାଖିଆ) ଗମନା ଗମନ ମାର୍ଗ ଘୋଷଣା କରିବାକୁ ଏବଂ ରମ୍ପା ସାହିର ଉଭୟ ପାର୍ଶ୍ଵର ପ୍ରବେଶ ପଥରେ ଟ୍ରାଫିକ ପୋଲିସ ମୁତୟନ କରି ଏହି ନିର୍ଣ୍ଣୟ କଡାକଡି ପାଳନ କରି କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତାବ ରଖାଯାଇଥିଲା ଯାହାକୁ ଏସପି ଗ୍ରହଣ କରି ପରୀକ୍ଷା ମୂଳକ ଭାବରେ ଲାଗୁ କରିବେ ବୋଲି କମିଟି କର୍ମକର୍ତ୍ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସେହିଭଳି ସହରର ଅନ୍ୟାନ୍ୟ ସ୍ଥାନରେ ହେଉଥିବା ବିଶେଷ କରି ପିକ୍ ଆୱାରରେ ହେଉଥିବା ଦୁର୍ବଳ ଟ୍ରାଫିକ ପରିଚାଳନା ଆଲୋଚନାରେ ସ୍ଥାନ ପାଇଥିଲା। ଗୋଷାଣୀ ନୂଆଗାଁ ଠାରୁ ଅନ୍ଧପସରା ରୋଡ ମଧ୍ୟରେ ପିଲାମାନେ ସ୍କୁଲ ଯିବା ସମୟରେ ବିଶେଷ କରି ଛାତ୍ର ଛାତ୍ରୀ ମାନେ ସମ୍ମୁଖିନ ହେଉଥିବା ଅସୁବିଧା ନେଇ କମିଟି ପକ୍ଷରୁ ଦର୍ଶାଯାଇଥିଲା।ସେହିଭଳି ଲୋଚାପଡା ଠାରେ ପ୍ରସ୍ତାବିତ ନିମଖଣ୍ଡି ଥାନାର ନିଜ୍ଵସ କୋଠା ନିର୍ମାଣ ପ୍ରସଙ୍ଗରେ ଏସପି କହିଥିଲେ ଯେ ଏଥିନିମନ୍ତେ ଟଙ୍କା ବ୍ୟୟବରାଦ ହେଇଯାଇଛି । ଏହାର ନିର୍ମାଣ ଦାୟିତ୍ବ ପୋଲିସ ଗୃହ ନିର୍ମାଣ ସଂସ୍ଥା ନେଇଛି ଖୁବ୍ ଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ ହେବ। ଏହା ସହ ବ୍ରଜନଗରରେ ସିସିଟିଭି କ୍ୟାମେରା ଲଗେଇବା ପ୍ରସ୍ତାବ କାର୍ଯ୍ୟକାରୀ ହୋଇନଥିବା କମିଟି ପକ୍ଷରୁ କୁହାଯାଇଥିଲା। ଆଲୋଚନା ସମୟରେ ଟ୍ରାଫିକ ଡିଏସପି ଅକ୍ଷୟ ନାୟକ ଉପସ୍ଥିତ ଥିଲେ। ଆଜିର ପ୍ରତିନିଧି ମଣ୍ଡଳୀରେ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ବ୍ୟତୀତ ଉପସଭାପତି ଦେବୀ ପ୍ରସାଦ ଦାସ,ସାଧାରଣ ସମ୍ପାଦକ ଡ ଶିବ ପ୍ରସାଦ ମିଶ୍ର, ଯୁଗ୍ମ ସମ୍ପାଦକ ଟି ସୁଦେଶ କୁମାର ପାତ୍ର, ସଂଗଠନ ସମ୍ପାଦକ ଶ୍ରୀକାନ୍ତ ପଢ଼ୀହାରି, ଉପ ସଂଗଠନ ସମ୍ପାଦକ ଅଜିତ୍ ପଟ୍ଟନାୟକ, ସଂଯୋଜକ ସି ଏଚ୍ ରାମ କ୍ରିଷ୍ଣା ଦାସ, କୋଷାଧ୍ୟକ୍ଷ ଏମ୍ ଲାବଣ୍ୟ ପାତ୍ର ଓ ଉପଦେଷ୍ଟା ରବୀନ୍ଦ୍ର କୁମାର ଜେନା ପ୍ରମୁଖ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here