ସଡ଼କ ସୁରକ୍ଷା ସପ୍ତାହର ୪ର୍ଥ ଦିନରେ ବ୍ରହ୍ମପୁର ଟ୍ରାଫିକ ପୋଲିସର ମୋଟରସାଇକେଲ ରାଲି

0
586

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା /ପ୍ରଣୟ ପଣ୍ଡା): ସଡକ ଦୁର୍ଘଟଣାକୁ ଏଡାଇବା ସହ ନିରାପଦ ଯାତ୍ରା ପାଇଁ ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟ ନେଇ ବ୍ରହ୍ମପୁର ପୋଲିସ , ପ୍ରଶାସନ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । ପ୍ରତିବର୍ଷ ଜାନୁଆରୀ ମାସ ୧୧ ତାରିଖରୁ ୧୭ ତାରିଖ ୭ ଦିନ ବ୍ୟାପୀ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ହୋଇଆସୁଛି । ଏହି ଅବସରରେ ଚତୁର୍ଥ ଦିନ ମଙ୍ଗଳବାରରେ ବ୍ରହ୍ମପୁର ଟ୍ରାଫିକ ପୋଲିସ ତରଫରୁ ଏକ ସଚେତନତାମୂଳକ ମୋଟରସାଇକେଲ ରାଲି କରାଯାଇଛି ।ପୁରୁଣା ବସ୍ ଷ୍ଟାଣ୍ଡ ଟ୍ରାଫିକ ଥାନା ନିକଟରୁ ଏହି ମୋଟରସାଇକେଲ ଶୋଭାଯାତ୍ରା ସୁରକ୍ଷିତ ରୁହନ୍ତୁ – ସୁଖୀ ରୁହନ୍ତୁ ସଚେତନତା ବାର୍ତ୍ତା ନେଇ ବାହାରିଥିଲା । ଏଏସପି ପ୍ରଭାତ ଚନ୍ଦ୍ର ରାଉତରାଏ ଏହାକୁ ପତାକା ଦେଖାଇ ଉଦଘାଟନ କରିଥିଲେ। ରାଲି ସହରର ବିଭିନ୍ନ ସ୍ଥାନ ପରିକ୍ରମା କରିବା ସହ ଛକ ମାନଙ୍କରେ ଲୋକଙ୍କୁ ସଚେତନ କରାଇଥିଲେ । ପୋଲିସ କର୍ମଚାରୀମାନେ ହାତରେ ପୋଷ୍ଟର ଧରି ଜନସାଧାରଣଙ୍କୁ ଟ୍ରାଫିକ ନିୟମ ମାନିବାକୁ ସଚେତନ କରାଇଥିଲେ । ଏହି ରାଲିରେ ଏଏସପି ରାଉତରାଏ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ ଯେ ପ୍ରତ୍ୟେକ ଗାଡି ଚାଳକ ଗାଡି ଚଳାଇବା ସମୟରେ ହେଲ୍ ମେଟ ପରିଧାନ କରିବା,ମୋବାଇଲରେ କଥା ନ ହେବା,ତିନିଜଣଙ୍କୁ ଧରି ଯାତାୟାତ ନ କରିବା,ଗାଡି ଚାଳନା ସମ୍ବନ୍ଧୀୟ ସମସ୍ତ ଜରୁରୀ ଦସ୍ତାବେଜ ସାଥିରେ ରଖିବା ଉଚିତ | ଉକ୍ତ କାର୍ଯ୍ୟକ୍ରମ ବ୍ରହ୍ମପୁର ଟ୍ରାଫିକ ଡିଏସପି ସାର୍ଥକ ରାୟଙ୍କ ପରାମର୍ଶ ଓ ଟ୍ରାଫିକ ଇନିସପେକ୍ଟର ସୁନିଲ କୁମାର ବେହେରାଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here