ନବରଙ୍ଗପୁର ଜିଲ୍ଲା ଜର୍ଜ କୋର୍ଟ ର ନୂତନ କୋଠା ଲୋକାର୍ପିତ

0
382

କୋଷାଗୁମୁଡା (ନ୍ୟୁଜଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ଜର୍ଜ କୋର୍ଟ ର ନୂତନ କୋଠା ଲୋକାର୍ପିତ ହୋଇଛି। ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ର ରଙ୍ଗମାଟି ଗୁଡା ଠାରେ ୫ ଏକର ଜାଗା ରେ ୨୩ କୋଟି ଟଙ୍କା ବ୍ୟୟ ଅଟାକଳ ରେ ନିର୍ମିତ ଏହି ନୂତନ କୋଠା କୁ ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ମାନ୍ୟବର ଜଷ୍ଟିସ ଏସ ମୁରଲୀଧର ଭର୍ଚୁୟାଲ ମୋଡ ରେ ଲୋକାର୍ପଣ କରିଛନ୍ତି। କରୋନା ସଂକ୍ରମଣ କୁ ଦ୍ରୁଷ୍ଟି ରେ ରଖି ଏହି ଲୋକର୍ପଣ ସମାରୋହ କୁ ଅନଲାଇନ ଜରିଆରେ କରାଯାଇଥିଲା। ତାଙ୍କ ସହ ଉଚ୍ଚ ନ୍ୟାୟାଳୟ ବିଚାରପତି ସି ଆର ଦାଶ ଉପସ୍ଥିତ ଥିଲେ। ନବରଙ୍ଗପୁର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଦୌରା ଜର୍ଜ ଜଷ୍ଟିସ ଅଶୋକ ପଣ୍ଡା, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି,ନବରଙ୍ଗପୁର ବିଧାୟକ ସାଧଶିବ ପ୍ରଧାନୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ , ଡାବୁଗାଁ ବିଧାୟକ ମନୋହର ରନ୍ଧାରି , ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର, ଆରକ୍ଷୀ ଅଧିକ୍ଷକ ପ୍ରହ୍ଲାଦ ସହାୟ ମୀନା ଙ୍କ ସମେତ ଜିଲ୍ଲା ଜର୍ଜ କୋର୍ଟ ର ସମସ୍ତ ବିଚାରପତି , ଜିଲ୍ଲା ବାର ଆସୋସିଏସନ ର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ। ଏହି ଅବସର ରେ କୋର୍ଟ ପରିସର ରେ ସ୍ଥାପିତ ମହାତ୍ମା ଗାନ୍ଧୀ ଜୀ ଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲାରେ ଏହି ଜିଲ୍ଲା ଦୌରା ଜର୍ଜ କୋର୍ଟ ର ନୂତନ ଗୃହ ସ୍ଥାପନ ଦ୍ଵାରା ଜିଲ୍ଲାବାସୀ ବେଶ ଉପକୃତ ହୋଇପାରିବେ ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here