ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ୧୦୯ତମ ଘଣ୍ଟ ପ୍ରତିବାଦ ଶୋଭାଯାତ୍ରା।

0
593

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା / ରଶ୍ମିତା ପାଣିଗ୍ରାହୀ) : ବ୍ରହ୍ମପୁରର ଅନ୍ୟତମ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ୧୦୯ତମଘଣ୍ଟ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମଞ୍ଚ ପକ୍ଷରୁ ଦକ୍ଷିଣ ଓଡ଼ିଶାର ଏକ ମାତ୍ର ସରକାରୀ ରେଫେରାଲ ହସ୍ପିଟାଲ ବ୍ରହ୍ମପୁରର ଏମ କେ ସି ଜି ମେଡିକାଲ ଆଉଟଡୋର ସମ୍ମୁଖରେ ଆୟୋଜିତ ହୋଇଥିଲା।ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି ବଡ ବଡ କୋଠା ନିର୍ମାଣ ହୋଇଥିଲେହେଁ ସେଗୁଡିକ ଦୀର୍ଘ ଦିନ ଧରି କାର୍ଯ୍ୟକ୍ଷମ ହୋଇପାରିନାହିଁ। ସେହିଭଳି ବିଭିନ୍ନ ବିଭାଗରେ ଡାକ୍ତରଙ୍କ ଅଭାବ ଓ ଡାକ୍ତରଖାନାରେ ଥିବା ନିରାମୟ ଔଷଧ କେନ୍ଦ୍ରରେ ଆବଶ୍ୟକୀୟ ଔଷଧ ଯୋଗାଇବା ଭଳି ବିଭିନ୍ନ ଦାବିରେ ଏହି ଆନ୍ଦୋଳନ କରାଯାଇଥିଲା। ଏହି ଦାବି ପୂରଣ ଦିଗରେ ଜିଲ୍ଲା ପ୍ରଶାସନ ଓ ଡାକ୍ତରଖାନା କର୍ତ୍ତୃପକ୍ଷ ତୁରନ୍ତ କୌଣସି ପଦକ୍ଷେପ ଗ୍ରହଣ ନକଲେ ଆନ୍ଦୋଳନକୁ ଜୋରଦାର କରିବାକୁ ମଞ୍ଚ ଚେତାବନୀ ଦେଇଛି।

LEAVE A REPLY

Please enter your comment!
Please enter your name here