ଗଂଜାମ ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚନ ପାଇଁ ବାଜିଲା ବିଗୁଲ। ନୟନ ମହାପାତ୍ର ନିର୍ବାଚନ ଆୟୁକ୍ତ ମନୋନୀତ।

0
613

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା /ପ୍ରଣୟ ପଣ୍ଡା) : ଅଦାଲତଙ୍କ ନିର୍ଦେଶନାମା ପରେ ରାଜ୍ୟର ସମସ୍ତ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଗୋଟିଏ ଦିନରେ ଅନୁଷ୍ଠିତ ହେଉଛି।ଚଳିତ ବର୍ଷ ଆସନ୍ତା ମାର୍ଚ୍ଚ ୨୮ତାରିଖରେ ଏହି ନିର୍ବାଚନ ଅନୁଷ୍ଠିତ ହେବାକୁ ଦିନ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା। ଆଜି ଗଞ୍ଜାମ ଓକିଲ ସଂଘର ସ୍ୱତନ୍ତ୍ର ପରିଷଦ ବୈଠକ ସଂଘର ସଭାପତି ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଗାମୀ ନିର୍ବାଚନ ପାଇଁ କମିଶନର ବା ନିର୍ବାଚନ ଅଧିକାରୀ ନିଯୁକ୍ତ କରାଯାଇଛି। ସଂଘର ପୂର୍ବତନ ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ନୟନ ମହାପାତ୍ରଙ୍କୁ ମନୋନୀତ କରାଯାଇଛି। ସଂଘର ମୋଟ ସଦସ୍ୟ ସଂଖ୍ୟା ଯଦିଓ ୩ହଜାରରୁ ଅଧିକ ତଥାପି ନିର୍ବାଚନରେ ପ୍ରାୟ ଦୁଇ ହଜାର ସଦସ୍ୟ ଅଂଶଗ୍ରହଣ କରିଥାନ୍ତି। ଏଣୁ ନିର୍ବାଚନକୁ ଅବାଧ,ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ କରିବାକୁ ଆବଶ୍ୟକ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଗଞ୍ଜାମ ଓକିଲ ସଂଘର ନବନିଯୁକ୍ତ ନିର୍ବାଚନ ଅଧିକାରୀ।

LEAVE A REPLY

Please enter your comment!
Please enter your name here