ନିର୍ବାଚନରେ ଇଭିଏମ ମେସିନର ପ୍ରଚଳନକୁ ନିଷିଦ୍ଧ କରିବା ଦାବିରେ ପଦଯାତ୍ରାରେ ଭାରତ ଭ୍ରମଣ।

0
593

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ନିର୍ବାଚନରେ ଇଭିଏମ ମେସିନର ବ୍ୟବହାରକୁ ନେଇ ସବୁବେଳେ ଦ୍ଵନ୍ଦ ସୃଷ୍ଟି ହୋଇଛି। ଏହାକୁ ବାଦ ଦେଇ ପୂର୍ବଭଳି ପୁଣି ବ୍ୟଲେଟ ପ୍ରଚଳନ ପାଇଁ ଦାବି ମଧ୍ୟ ହୋଇଛି। ତେବେ ଏଭଳି ଦାବିକୁ ନେଇ ଉତ୍ତରାଖଣ୍ଡରୁ ଜଣେ ବ୍ୟକ୍ତି ଓଁକାର ସିଂ ଧିଲନ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ଲାଗି ନିଆରା ଢଙ୍ଗରେ ପ୍ରତିବାଦ ସହ ଦାବି କରିଛନ୍ତି। ପଦଯାତ୍ରା ଜରିଆରେ ଭାରତ ଭ୍ରମଣ କରିବାକୁ ବାହାରିଥିବା ଏହି ବ୍ୟକ୍ତି ଜଣକ ପହଞ୍ଚିଛନ୍ତି ଓଡ଼ିଶାର ବ୍ରହ୍ମପୁରରେ। ଏହି ଅବସରରେ ତାଙ୍କୁ ସ୍ଥାନୀୟ କିଛି ସଂଗଠନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here