ଗଣଦୁଷ୍କର୍ମୀ ପୀଡ଼ିତାଙ୍କୁ ଭେଟିଲା ଜିଲ୍ଲା ବିଜେପି, ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି।

0
617

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା / ରଶ୍ମିତା ପାଣିଗ୍ରାହୀ) : ଗଞ୍ଜାମ ଜିଲ୍ଲା ସୋନପୁର ସାମୁଦ୍ରିକ ଥାନା ଅଂଚଳରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ଗଣ ଦୁଷ୍କର୍ମ ମାମଲାରେ ପୁଲିସ୍ ଅଟକ ରଖିଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ପୁଲିସ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ବେଳେ ବର୍ତ୍ତମାନ ଏହାକୁ ନେଇ ବହୁ ରାଜନୈତିକ ଦଳମାନଙ୍କ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ପୀଡ଼ିତାଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ଏନେଇ ଆଜି ଜିଲ୍ଲା ବିଜେପିର ଏକ ପ୍ରତିନିଧି ଦଳ ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି ଓ ମନୋରଂଜନ ଦ୍ୟାନସାମନ୍ତରାଙ୍କ ନେତୃତ୍ୱରେ ବ୍ରହ୍ମପୁର ଏମ୍.କେ.ସି.ଜି ହସ୍ପିଟାଲ ପରିସରରେ ପୀଡ଼ିତାଙ୍କୁ ଭେଟି ପରିବାର ବର୍ଗଙ୍କ ସହ ଆଲୋଚନା କରିଛନ୍ତି। ତେବେ ଗସ୍ତ ବେଳେ ପୀଡିତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ନେଇ ଜଣାପଡ଼ିବା ପରେ ମାନସିକ ଓ ଶାରୀରିକ ଉତ୍ପୀଡନର ଶୀକାର ହୋଇଥିବା ଜଣେ ପୀଡିତାଙ୍କୁ କେଉଁ କାରଣରୁ ମେଡିକାଲ ସେବାରୁ ବଂଚିତ କରାଗଲା ବୋଲି ବିଜେପି କର୍ମୀମାନେ ପ୍ରଶ୍ନ କରିଥିଲେ। କିନ୍ତୁ ସେଠାରେ ଉପସ୍ଥିିତ ଥିବା ପୁଲିସ୍ କିମ୍ବା ମେଡ଼ିକାଲ କର୍ମଚାରୀଙ୍କ ଠାରୁ ସନ୍ତୋଷଜନକ ଉତ୍ତର ନପାଇ ବିଜେପି କର୍ମୀମାନେ ଅସନ୍ତୋଷ ପ୍ରକାଶ କରିବା ସହ କ୍ଷୋଭ ପ୍ରକାଶ କରିଥିଲେ। ବିଜେପି ପକ୍ଷରୁ ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ୧୦ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଦାବି କରିଛନ୍ତି। ଏଭଳି ଲୋମହର୍ଷ ଘଟଣାରେ ରାଜ୍ୟ ସରକାର ହସ୍ତକ୍ଷେପ କରି ସଂପୃକ୍ତ ଅଭିଯୁକ୍ତଙ୍କୁ କଠୋର ପ୍ରଦାନ କରିବା ପାଇଁ ବିଜେପି ଦାବି କରିଛି। ଆଜିର ଗସ୍ତ ସମୟରେ ଜିଲ୍ଲା ମହିଳା ମୋର୍ଚ୍ଚାର ସଭାନେତ୍ରୀ ବନଜା ପଣ୍ଡା , ସାଧାରଣ ସଂପାଦିକା ଏସ୍ ରାଣୀ, ମିନା ଦ୍ୟାନସାମନ୍ତରା, ମମତା ରଣା, ନମିତା ପଣ୍ଡାଙ୍କ ସମେତ ବହୁ ମହିଳା କର୍ମୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here