ବ୍ରହ୍ମପୁର ଟ୍ରାଫିକ ପୋଲିସ ସଚେତନତା ବାର୍ତ୍ତା ସହ ବାଣ୍ଟିଲେ ଫୁଲ ଓ ଚକଲେଟ

0
616

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା /ପ୍ରଣୟ ପଣ୍ଡା): ସଡକ ଦୁର୍ଘଟଣାକୁ ଏଡାଇବା ସହ ନିରାପଦ ଯାତ୍ରା ପାଇଁ ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟ ନେଇ ବ୍ରହ୍ମପୁର ପୋଲିସ , ପ୍ରଶାସନ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । ପ୍ରତିବର୍ଷ ଜାନୁଆରୀ ମାସ ୧୧ ତାରିଖରୁ ୧୭ ତାରିଖ ୭ ଦିନ ବ୍ୟାପୀ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ହୋଇଆସୁଛି । ଏହି ଅବସରରେ ଦ୍ଵିତୀୟ ଦିନ ବ୍ରହ୍ମପୁରସ୍ଥିତ ପି.ଭି.ଏନ.ରାଓ ପେଟ୍ରୋଲ ପମ୍ପ ଛକ ଠାରେ ବ୍ରହ୍ମପୁର ଟ୍ରାଫିକ ପୋଲିସ ପକ୍ଷରୁ ୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଥିଲା । ଏହି ସଚେତନତା ଶିବିରରେ ଏସ.ବି.ଆର ମହିଳା ମହାବିଦ୍ୟାଳୟ ଆର୍ମିର ଛାତ୍ରୀମାନେ,ଖଲିକୋଟ କଲେଜ ନାଭଲର ଏନସିସି ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ଜନସାଧାରଣଙ୍କୁ ଟ୍ରାଫିକ ନିୟମ ସଂପର୍କରେ ସଚେତନ କରାଇବା ସହ ସଡକ ସୁରକ୍ଷା ନିୟମ ପାଳନ କରୁଥିବା ଜନସାଧାରଣଙ୍କୁ ଗୋଲାପ ଫୁଲ ଓ ଚକଲେଟ ପ୍ରଦାନ କରି ସ୍ବାଗତ ଜଣାଇଥିଲେ । ଲୋକମାନେ ସୁରକ୍ଷିତ ରହିପାରିବେ ସେନେଇ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ।ଜନସାଧାରଣାନେ କିପରି ସତଚେତନ ହୋଇ ସଡକ ସୁରକ୍ଷା ଆଇନକୁ ପାଳନ କରିବେ ସେ ନେଇ ସରକାର ବିଭିନ୍ନ ପ୍ରୟାସ କରୁଛନ୍ତି । ପ୍ରତିବର୍ଷ ସଡକ ସୁରକ୍ଷା ସପ୍ତାହ ପାଳିତ ହେଉଥିବାବେଳେ ଚଳିତ ବର୍ଷ ଏହାର ବିଷୟ ରହିଛି ସୁରକ୍ଷିତ ରୁହନ୍ତୁ – ସୁଖୀ ରୁହନ୍ତୁ । ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଟ୍ରାଫିକ ଡିଏସପି ସାର୍ଥକ ରାୟ, ଟ୍ରାଫିକ ଇନିସପେକ୍ଟର ସୁନିଲ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here