ବାହାନା

0
687

ସଙ୍ଘମିତ୍ରା ଦଳେଇ
ବ୍ରହ୍ମପୁର ଗଞାମ
*****^^***^^^

ବାହାନା ଗୁଡାକ ଏତେ ମିଳି ଯାଏ ଯେ
ସେଠି ସତ ମିଛ ର ଲୁଚକାଳି ଖେଳ ରେ
ସତ ହାରିଯାଏ
ପ୍ରତିଥର ପ୍ରତାରଣା କରୁଥିବା ବାହାନା ଟା
କିନ୍ତୁ ନିଜକୁ ବଳିଷ୍ଠ ଭାବେ ଉପସ୍ଥାପନା କରେ
ବୁଝି ହୁଏନି କି ବୁଝେଇ ହୁଏନି ହୃଦୟ କୁ ମୋର
ଆଶା ରେ ନିରାଶା ,.. ଭାଗିଂ ଯାଏ ଭରଷା
ମିଛ ରେ ଯଦି ଭରଷା କରିବୁ କରେ
ମୁହଁ ମାଡି ପଡି ରକ୍ତାକ୍ତ କରେ ନିଜ କୁ
ତୁ ତ ଜଗିଛୁ ପୁଣି ଥରେ ବାହାନା ଟା ଏ ଶୁଣିବୁ
ସ୍ବପ୍ନ ରାଇଜରେ ପକ୍ଷୀରାଜ ଘୋଡା ରେ ବୁଲିବୁ

ବୁଲେ କି ନ ବୁଲେ କିଛି ଯାଏ ଆସେ ନାହିଁ
ତୁ କିନ୍ତୁ ରକ୍ତାକ୍ତ ହେଲେ ଦୁନିଆ ଦେଖିବ
ପଚାରିବ
କାହିଁକି ମୁହଁ ଟା ଶୁଖାଇଛ
କାନ୍ଦିଲା କାନ୍ଦିଲା ପରି ଦିଶୁଛ
ସତ ରେ କ’ଣ ତୁମେ ପ୍ରେମ ରେ ପଡିଛ!!??
ବାହାନା ଟେ ଖୋଜି କି ରଖି ଥା ଯେ
ଚିହ୍ନା ମୁହଁ ମାନକୁଂ ସାମ୍ନା କରିବୁ
ନ ହେଲେ ସରି ଯାଇ ଥିବା ଆତ୍ମା ଟା ତୋର
ପାଉଁଶ ହେଲା ପର୍ଯ୍ୟନ୍ତ ଛଟପଟ ହେବ
ଟହ ଟହ ଅଟ୍ଟହାସ୍ୟ ରେ ହୃଦ ରୁ ଲହୁ ନିଗିଡିବ

ଆଶା କଅ ରେ ନି
ତୋ ପାଇଁ ମଳୟ ଆଣିବେ
ଅଭିମାନରେ ବହୁଥିବାା ଲୁହ କୁ ତୋର
ପାପୁଲି ରେ ତାକଂର ପୋଛି ଦେବେ
ତୁମେ ମୋର ବୋଲି କହି କୋଳେଇ ନେବେ
ତୁ ପା ପୁରୁଣା ହେଲୁଣି
ଧରା ତୁ ଦେଲୁଣି
ପୋଷା ମାନି ଗଲୁଣି,
ତୋର ଗୋଟେ ମନ ଅଛି
ଭାବିଲେ ହସ ଲାଗୁଛି!!!
ସେଥି ପାଇଁ ତ ବାହାନା ଗୁଡା
ଏକ ଦୁଇ କରି ସଜେଇଛି
ତୁ ପୁଣି ଥରେ ମୋ ସାଥେ ହସିବୁ
ନୁଆଁ ବାହାନା ଖୋଜିବାକୁ ସମୟ ଦେବୁ

ଏଇ ପରି ଚାଲିଥିବ ମୋ ନିଃସର୍ତ୍ତ ପ୍ରୀତି ପରିଣୟ
କରୁଥବ ତୁମେ ଅନେକ ବାହାନା
ଭରୁଥିବ ମନ ରେ ମୋ ଅନେକ ଆଶା
ଜାଣି ହୁଏନି କିନ୍ତୁ ତୁମ ମନୋ ଭାବନା
ମୁଁ ଥିବି ଏମିତି … . . .ତୁମେ ରହିଥାଅ ସେମିତି
ତୁମ ବାହାନା ସରେ ନି ଯେମିତି |

LEAVE A REPLY

Please enter your comment!
Please enter your name here