ଜ୍ଞାନଶ୍ରୀ ପବ୍ଳିକ୍ ସ୍କୁଲର ବାର୍ଷିକ ଉତ୍ସବ

0
589

ଦିଗପହଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଦିଗପହଣ୍ଡି ସହରରେ ରହିଥିବା ଜ୍ଞାନଶ୍ରୀ ପବ୍ଳିକ୍ ସ୍କୁଲର ପଞ୍ଚମ ବାର୍ଷିକ ଉତ୍ସବ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅନୁଷ୍ଠାନର ଅଧକ୍ଷ ବିଚିତ୍ର ଷଡଙ୍ଗୀ ଯୋଗଦେଇଥିଲେ ।
ସେହିପରି ସମ୍ମାନିତ ଅତିଥି ଭାବେ ଯୁବସାମ୍ବାଦିକ ତଥା ପିଏଫ୍ଏ ସ୍ୱେଚ୍ଛାସେବୀ ପ୍ରକୃତି ବନ୍ଧୁ ପୁରଷ୍କାର ପ୍ରାପ୍ତ ସମୀରକାନ୍ତ ତ୍ରିପାଠୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ, ଅନୁଷ୍ଠାନ ପରିଚାଳନା ନିର୍ଦ୍ଦେଶକ ବନଜ ଷଡଙ୍ଗୀ, ଉପଦେଷ୍ଟା ବାବୁଲା ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ । ପିଲାମାନଙ୍କୁ ପାଠ ପଢାର ବୋଝକୁ ହାଲ୍କା କରି ସେମାନଙ୍କ ମଧ୍ୟରେ ଅନ୍ତଃନିହିତ ପ୍ରତିଭାକୁ ଖୋଜି ବିକଶିତ କରିବା ସହିତ ଉତ୍ତମ ଚରିତ୍ର ଗଠନ କରି ଏକ ସୁମନୁଷ୍ୟରେ ପରିଣତ କରିବା ପାଇଁ ଅତିଥି ମାନେ ମତବ୍ୟକ୍ତ ରଖିଥିଲେ । ଜ୍ଞାନଶ୍ରୀ ପବ୍ଳିକ୍ ସ୍କୁଲର ପ୍ରିନ୍ସପାଲ୍ ସ୍ୱାତୀମା ପାତ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷୟତ୍ରୀ ପଦ୍ମିନୀ ଦେବୀ ମଞ୍ଚ ସଂଯୋଜନା କରିଥିଲେ । ପ୍ରଥମେ ପ୍ରାରମ୍ଭିକ ବେଦ ପାଠ କରାଯିବା ପରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବାର୍ଷିକ ଉତ୍ସବ ପାଳନ ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରଷ୍କୃତ କରାଯାଇଥିଲା । ଶେଷରେ କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଜ୍ଞାନଶ୍ରୀ ପବ୍ଳିକ୍ ସ୍କୁଲର ମମତା ପ୍ରଧାନ, ପିଙ୍କି ପ୍ରଧାନ, ସ୍ନେହଲତା ବେହେରା, ମନ୍ଦୋଦରୀ ଦୋରା, ବଳରାମ ପ୍ରଧାନ, ଉଷାରାଣୀ ବେହେରା, ଆଶାରାଣୀ ପାଢୀ ପ୍ରମୁଖଙ୍କ ସମେତ ବିଦ୍ୟାଳୟ କର୍ତ୍ତୃପକ୍ଷ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here