ମୋହନା ରେ ପ୍ରଭୁ ଯୀଶୁଙ୍କ ବଳିଦାନ ଦିବସ ପାଳନ

0
248

ମୋହନା(ନ୍ୟୁଜଏକ୍ସଟ୍ରା) ଗଜପତି ଜିଲ୍ଲା ମୋହନାରେ ପ୍ରଭୁ ଯୀଶୁଙ୍କ ବଳିଦାନ ଦିବସ ପାଳନ ହେଉଛି। ସାରା ବିଶ୍ବ ଏହି ଦିବସଟିକୁ ଗୁଡଫ୍ରାଇଡେ ଭାବେ ପାଳନ କରିଥାନ୍ତି। ତେବେ କରୋନା ପାଇଁ ଲଗାଯାଇଥିବା କଟକଣା ଯୋଗୁଁ ମୋହନା ସହରରେ ଫିକା ପଡ଼ିଯାଇଛି ଏହି ପର୍ବ। ସହରରେ ଥିବା ସେଣ୍ଡ ପିତର୍ ଚର୍ଚ୍ଚ ରେ କରୋନା କଟକଣା ମଧ୍ୟରେ ପାଳନ କରାଯାଇଛି। ଅଳ୍ପ ସଂଖ୍ୟକ ଶ୍ରଦ୍ଧାଳୁ ଚର୍ଚ୍ଚ ପରିସରକୁ ପ୍ରାର୍ଥନା କରିବାକୁ ଆସିଥିଲେ। ତେବେ ପ୍ରତିବର୍ଷ ସମୂହ ପ୍ରାର୍ଥନା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଏକତ୍ରିତ ହେଉଥିବା ବେଳେ ଆଜି କରୋନା କଟକଣା ଯୋଗୁଁ ଅଳ୍ପ ସଂଖ୍ୟକ ଶ୍ରଦ୍ଧାଳୁ ଚର୍ଚ୍ଚ ପରିସରରେ ରହି ଯୀଶୁଙ୍କୁ ସ୍ମରଣ କରିଥିବା ଦେଖାଯାଇଛି।
ପବିତ୍ର ଗୁଡଫ୍ରାଇଡେ ଅବସରରେ ପ୍ରତିବର୍ଷ ସହରର ରେ ଥିବାବାପଟିଷ୍ଟ ଚର୍ଚ୍ଚକୁ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି। ଯୀଶୁଙ୍କ ଉଦ୍ଦେଶ୍ୟରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥାଏ। ହେଲେ ଚଳିତବର୍ଷ କରୋନା ସଂକ୍ରମଣ ବ୍ୟାପିଥିବାରୁ ଧର୍ମାନୁଷ୍ଠାନଗୁଡ଼ିକରେ ହେଉଥିବା ସମାବେଶ ଉପରେ କଟକଣା ଲଗାଯାଇଛି। ସାରା ବିଶ୍ବବାସୀଙ୍କୁ ଏଭିଳି ସଙ୍କଟମୟ ସ୍ଥିତିରୁ ଉଦ୍ଧାର କରିବାକୁ ପ୍ରଭୁ ଯୀଶୁଙ୍କ ଠାରେ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଥିଲା।

ରିପୋର୍ଟର – ପି ସଞୀବ ରାଓ

LEAVE A REPLY

Please enter your comment!
Please enter your name here