କଂଗ୍ରେସ ପକ୍ଷରୁ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା

0
587

ମାଲକାନଗିରି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଆଜି କଂଗ୍ରେସ ପକ୍ଷରୁ ଦୁର୍ନୀତିଗ୍ରସ୍ତ ଜିଲ୍ଲାପାଳଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ବଦଳି ଦାବିରେ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାଲକାନଗିରି ବନ୍ଦ ପାଳନ ଆରମ୍ଭ ହୋଇଛି। ସକାଳ ୬ ଟାରୁ ଦୋକାନ ବଜାର ଓ ଯାନବାହାନ ଚଳାଚଳ ବନ୍ଦ ହୋଇଥିବା ଯୋଗୁଁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। କିଛି ଦିନ ପୂର୍ବେ ମାଲକାନଗିରି ଜିଲ୍ଲାପାଳଙ୍କ ପି.ଏଙ୍କ ମୃତ୍ୟୁ ପାଇଁ ଜିଲ୍ଲାପାଳଙ୍କୁ ଦାୟୀ କରି କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ପାଳନର ନେତୃତ୍ୱ ନେଉଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । କଂଗ୍ରେସ କର୍ମୀ ଟାୟାର୍ ଜାଳି ରାସ୍ତା ଅବରୋଧ କରିଥିବା ବେଳେ ଏହି ବନ୍ଦକୁ ଜିଲ୍ଲା ଆଦିବାସୀ ସଂଘ ସମର୍ଥନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here