ଆଉ ବିଳମ୍ବ ହେବନି ଯୋଗ୍ୟ କର୍ମଚାରୀଙ୍କ ପଦୋନ୍ନତି

0
644

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଚଳିତ ନୂଆବର୍ଷରେ ୩୧୬୬ ଜଣ ସରକାରୀ ଅଫିସରଙ୍କୁ ପଦୋନ୍ନତି ଦେଇ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାରଙ୍କ ବିଭିନ୍ନ ବର୍ଗର କର୍ମଚାରୀମାନଙ୍କ ପଦୋନ୍ନତିରେ ବିଳମ୍ବ ଦୂର କରି ଉପଯୁକ୍ତ ସମୟରେ ସେମାନେ ଯେପରି ପଦୋନ୍ନତି ପାଇପାରିବେ, ସେଥିପାଇଁ ପ୍ରତିବର୍ଷ ଡିସେମ୍ବର ୩୧ ସୁଦ୍ଧା ପଦୋନ୍ନତି ପ୍ରକ୍ରିୟା ଶେଷ କରାଯିବ ।ଯେଉଁ କର୍ମଚାରୀ ମାନେ ବିଭିନ୍ନ କାରଣରୁ ପଦୋନ୍ନତି ପାଇପାରି ନାହାନ୍ତି ସେମାନଙ୍କ ପଦୋନ୍ନତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପଦୋନ୍ନତି ଅଦାଲତ ଗଠନ କରାଯିବା ନିଷ୍ପତ୍ତି ନିଆଯାଇଛି । ପ୍ରତିବର୍ଷ ଜାନୁଆରୀ ଚତୁର୍ଥ ସପ୍ତାହରେ ପଦୋନ୍ନତି ଅଦାଲତର ବୈଠକ ବସିବ । ବିଭିନ୍ନ ବିଭାଗର ପ୍ରଶାସନିକ ଦାଇତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବମାନଙ୍କ ଅଧ୍ୟକ୍ଷତାରେ ପଦୋନ୍ନତି ଅଦାଲତ ଗଠନ କରାଯିବ। ଏବଂ ବିଭିନ୍ନ କାରଣରୁ ପଦୋନ୍ନତି ପାଇନଥିବା କର୍ମଚାରୀ ମାନଙ୍କ ସମସ୍ୟାର ସମାଧାନ ଏହି ଅଦାଲତ ଜରିଆରେ କରାଯିବ । ଏଣିକି ଦକ୍ଷ ଅଫିସରଙ୍କୁ ମିଳିବ ଠିକ୍ ସମୟରେ ପଦୋନ୍ନତି ।

LEAVE A REPLY

Please enter your comment!
Please enter your name here