ଭିଜିଲାନ୍ସ ହାତରେ ଧରାପଡିଲେ ଏମକେସିଜ ମେଡିକାଲର ଲାଞ୍ଚୁଆ କନିଷ୍ଠ କିରାଣୀ।

0
616

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ଶକ୍ତିଧର ରାଜଗୁରୁ) : ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ବଡ ମେଡିକାଲର କନିଷ୍ଠ କିରାଣୀ।ଏମକେସିଜ ମେଡିକାଲର କନିଷ୍ଠ କିରାଣୀ ଶ୍ରୀକାନ୍ତ ଦାସ ୫୦୦୦ ଟଙ୍କା ଲାଂଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରା ପଡି ଗିରଫ ହୋଇଛନ୍ତି। ଜନୈକ ସତ୍ୟନାରାୟଣ ଷଡଙ୍ଗୀଙ୍କ ପତ୍ନୀ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ପ୍ରାଣ ହରାଇଥିଲେ, ଏବଂ ମୃତ୍ୟୁ ସଂକ୍ରାନ୍ତୀୟ ଆବଶ୍ଯକୀୟ କାଗଜ ପତ୍ର, ତଥା ଜୀବନବୀମା ଦାବି ନିମନ୍ତେ ଆବଶ୍ୟକ କାଗଜପତ୍ର, ମେଡିକାଲ ସାର୍ଟିଫିକେଟ ବାବଦରେ ଶ୍ରୀକାନ୍ତ ସତ୍ୟନାରାୟଣଙ୍କୁ ୫ହଜାର ଟଙ୍କା ଦାବୀ କରିଥିଲେ। ଯାହାକୁ ନେଇ ସତ୍ୟନାରାୟଣ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଦ୍ୱାରାସ୍ତ ହୋଇଥିଲେ। ଏବଂ ପୂର୍ବ ଯୋଜନା ମୁତାବକ ବଡ ମେଡିକାଲର ସର୍ଜରୀ ଓ୍ବାର୍ଡ ପରିସରରେ ସତ୍ୟନାରାୟଣଙ୍କଠାରୁ ଶ୍ରୀକାନ୍ତ ଲାଞ୍ଚ ଟଙ୍କା ଗ୍ରହଣ କରି ପେଣ୍ଟ ପକେଟରେ ରଖିବା ବେଳେ ଭିଜିଲାନ୍ସ ବିଭାଗ ଦ୍ବାରା ଧରାପଡି ଗିରଫ ହେବା ସହ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏନେଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗରେ ଏକ ମାମଲା ରୁଜୁ କରାଯିବା ସହ ତାଙ୍କର ମେଡିକାଲ କ୍ୟାମ୍ପସ ଠାରେ ଥିବା ଘରେ ମଧ୍ଯ ଚଢାଉ ବେଳେ କିଛି ଜମା ଓ ସମ୍ପତ୍ତିର ସନ୍ଧାନ ଭିଜିଲାନ୍ସ ବିଭାଗକୁ ମିଳିଥିବା ବ୍ରହ୍ମପୁର ଭିଜିଲାନ୍ସ ଏସ ପି ମାୟାଧର ସ୍ଵାଇଁ ସୁଚନା ଦେଇଛନ୍ତି। ଆଜି ଗିରଫ କିରାଣୀ ଶ୍ରୀକାନ୍ତ ଦାଶଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହଜାର ପରେ ଜେଲକୁ ପଠାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here